Only for Entertainment

କେରଳରେ ରହୁଥିବା ଏହି ଝିଅ ପରୀକ୍ଷା ଦେବା ପାଇଁ ଘୋଡା ଚଢି ଗଲେ ସ୍କୁଲ, ଆନନ୍ଦ ମହିନ୍ଦ୍ରା କଲେ ପ୍ରଶଂସା !

31

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ସ୍କୁଲ ଛାତ୍ରୀ ଘୋଡାରେ ବସି ଯାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଲକ୍ଷାଧିକ ଲୋକ ସେୟାର କରି ସାରିଲେଣି।

ଏହି ଭିଡିଓରେ ଥିବା ବାଳିକାଙ୍କ ନାମ କୃଷ୍ଣା ବୋଲି ଜଣାପଡ଼ିଛି। କୃଷ୍ଣା କହନ୍ତି, ‘ମୋର ଜଣେ ସାଙ୍ଗ ଘୋଡା ଚଳାଇଥାଏ। ସେ ସବୁବେଳେ କୁହେ କି ଝିଅମାନଙ୍କ ପାଇଁ ଘୋଡା ଚଳାଇବା ଏତେ ସହଜ ହୋଇ ନଥାଏ। କେବଳ ଝାନ୍‌ସି କି ରାଣୀ ଓ ବୀରାଙ୍ଗନାଙ୍କ ପକ୍ଷେ ଏହା ସମ୍ଭବ ହୋଇଥାଏ। ଏହାପରେ ମୋର ଘୋଡା ଚଳାଇବା ପ୍ରତି ଇଚ୍ଛା ବଢ଼ିଥିଲା। ମୋର ପିତା ମୋତେ ଏକ ଧଳା ରଙ୍ଗର ଘୋଡା ଉପହାର ଦେଇଥିଲେ। ସେ ପିଲାକୁ ଦେଖେଇ ଦେବା ପାଇଁ କି ଝିଅମାନେ ବି କୌଣସି କାମରେ ପଛୁଆ ନୁହନ୍ତି ସେଥପାଇଁ ଘୋଡା ନେଇ ମୁଁ ସ୍କୁଲ ବାହାରିଥିଲି।’

ଭିଡିଓକୁ ଅଧିକରୁ ଅଧିକ ସଂଖ୍ୟାରେ ଫେସ୍‌ବୁକ ଓ ଟୁଇଟରରେ ସେୟାର ଓ ଲାଇକ୍‌ କରାଯାଉଛି। ଏହି ଭିଡିଓକୁ ବିଜନେସ୍‌ମ୍ୟାନ୍‌ ଓ ମହିନ୍ଦ୍ରାର ସଂସ୍ଥାପକ ଆନନ୍ଦ ମହିନ୍ଦ୍ରା ସେୟାର କରିଥିଲେ।ଏଥିସହିତ ଲେଖିଛନ୍ତି, ଖୁବ୍‌ ଚମତ୍କାର! ଏହି ଭିଡିଓ କ୍ଲିପ୍‌ ଭାଇରାଲ ହେବା ଦରକାର। ମୁଁ ସ୍କ୍ରିନ୍‌ ସେଭର ଭାବେ ତାଙ୍କର ଓ ତାଙ୍କ ଘୋଡାଙ୍କ ଫଟୋ ରଖିବାକୁ ଚାହୁଁଛି। ସେ ମୋର ହିରୋ ତାଙ୍କା ସ୍କୁଲ ଯିବାର ଦୃଶ୍ୟ ମୋତେ ଭବିଷ୍ୟତ ପାଇଁ ଆଶାବାଦୀ କରି ଦେଇଛି ବୋଲି ଆନନ୍ଦ ମହିନ୍ଦ୍ରା କହିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More