Only for Entertainment

ଇମ୍ରାନ ଖାନଙ୍କୁ ଶୁଭେଚ୍ଛା ଦେଇ ଟ୍ରୋଲ ହେଲେ ଋଷି କପୁର । ଫ୍ୟାନ୍ସ ବୁଝାଇଲେ ‘ମୁଲ୍କ’ର ଅର୍ଥ ।

amarujala
0 45

ବଲିଉଡ ଅଭିନେତା ଋଷି କପୁର ଅନେକ ସମୟରେ ନିଜର ବିବାଦୀୟ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରଖିଥାନ୍ତି । ଇତି ମଧ୍ୟରେ ସେ ଆଉ ଏକ ବିବାଦ ସହିତ ଯୋଡି ହୋଇ ଯାଇଛନ୍ତି । ଯାହାକୁ ନେଇ ଲୋକେ ତାଙ୍କୁ ଖବୁ ଟ୍ରୋଲ କରିଛନ୍ତି ।

ଖବର ଅନୁସାରେ ଋଷି କପୁର ପାକିସ୍ତାନ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ପିଟିଆଇର ଅଧ୍ୟକ୍ଷ ଇମରାନ ଖାନଙ୍କୁ ନେଇ ଏକ ଟ୍ୱିଟ କରିଥିଲେ । ଏହି ଚ୍ୱିଟରେ ସେ ଭାରତ ଏବଂ ପାକିସ୍ତନ ମଧ୍ୟରେ ସମ୍ପର୍କ ଭଲ ରହିବ ବୋଲି ଆଶା କରିଥିଲେ । ଋଷି କପୁର କେବଳ ଭାରତ ପାକିସ୍ତାନର ସମ୍ପର୍କ ନୁହେଁ ବରଂ ତାଙ୍କର ଆଗାମୀ ଫିଲ୍ମ ‘ମୁଲ୍କ’ର ପ୍ରମୋଶନ ମଧ୍ୟ କରିଥିଲେ । ଏହାକୁ ନେଇ ଫ୍ୟାନ୍ସ ମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।


ଋଷି କପୁର ଟ୍ୱିଟ କରି ଲେଖିଥିଲେ, ଆପଣ ଭଲ କାମ କରିଛନ୍ତି ଇମରାନ ଖାନ । ଭାରତ ଏବଂ ପାକିସ୍ତାନକୁ ନେଇ ଆପଣ ଯେଉଁ କଥା ଦୁଇ ଦିନ ହେବ କହିଛନ୍ତି । ମୁଁ ମଧ୍ୟ କିଛି ସମୟରୁ ସେହି କଥା କହୁଛି । ମୁଁ ଆଶା କରୁଛି ଯେ ଆପଣ ନିଜର ମୁଲ୍କ କୁ ମୋ ମୁଲ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିବେ ।

ଋଷି କପୁରଙ୍କ ଏହି ଟ୍ୱିଟ ଫ୍ୟାନ୍ସଙ୍କୁ ପସନ୍ଦ ଆସିନଥିଲା । ଜଣେ ୟୁଜର ଟ୍ରୋଲ କରି ଲେଖିଥିଲେ ଏଠାରେ ବି ମୁଭିର ପ୍ରମୋଶନ । ଅଙ୍କଲ ଏହା ଭୁଲ । ଅନ୍ୟ ଏକ ୟୁଜର କହିଥିଲେ ‘ମୁଲ୍କ’ ତାଙ୍କର ଆମର ‘ଦେଶ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More