Only for Entertainment

ବାଗୀ୩ରେ ଟାଇଗର ଶ୍ରଫ ଏବଂ ଶ୍ରଦ୍ଧା କପୂରଙ୍କ ସହ ନଜର ଆସିବେ ଅଭିନେତା ରିତେଶ ଦେଶମୁଖ !

31

ଟାଇଗର ଶ୍ରଫ ଷ୍ଟାରର ଫିଲ୍ମ ବାଗୀ୩ କିଛି ଦିନ ହେବ ପ୍ରି-ପ୍ରଡକ୍ସନ ଷ୍ଟେଜରେ ରହିଛି । ବିଗତ ଦିନ ଖବର ଶୁଣିବାକୁ ମିଳିଥିଲା ଯେ ୨୦୧୬ରେ ଆସିଥିବା ବାଗୀ’ରେ ଅଭିନେତ୍ରୀ ଶ୍ରଦ୍ଧା କପୂର ଏବେ ୩ୟ ପାର୍ଟରେ ମଧ୍ୟ ନଜର ଆସିବେ । ଏବେ ଫିଲ୍ମରେ ଆଉ ଏକ ନୂଆ ନାଁ ଯୋଡି ହେବାକୁ ଯାଉଛି ।

ଖବର ମୁତାବକ ସାଜିଦ ନଡିୟାଡବାଲାଙ୍କ ପ୍ରଡକ୍ସନ ଏହି ଫିଲ୍ମରେ ଅଭିନେତା ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ, ପୂର୍ବ ମାସରେ ଫିଲ୍ମ ନିର୍ଦ୍ଦେଶକ ଅହମଦ ଖାନ ଜର୍ଜିୟା ରାଜଧାନୀ ତ୍ୱିଲିଶିରେ ସୁଟିଂ ପାଇଁ ଲୋକେସନ ଦେଖୁଥିଲେ ।

ବିଶେଷସୂତ୍ରରୁ ପ୍ରକାଶ ଯେ ଟାଇଗର ଏବଂ ରିତେଶ ଫିଲ୍ମରେ ଭାଇ ଭୂମିକାରେ ନଜର ଆସିବେ । ଏହି ଖବରକୁ ସ୍ପଷ୍ଟ କରି ନଡିୟାଡବାଲା ଏକ ସାକ୍ଷାତକାରରେ କହିଛନ୍ତି ‘ରିତେଶ ତାଙ୍କ ହାଉସଫୁଲ ଫ୍ରାଂଚାଇଜରେ ଆରମ୍ଭରୁ ରହିଛନ୍ତି ଏବଂ ଏବେ ବାଗୀ ସହ ଯୋଡି ହେବାକୁ ଯାଉଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ରିତେଶ ଏବେ ମିଲାପ ଜାବେରୀଙ୍କ ଫିଲ୍ମ ‘ମରଜାୱାଁ’ର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିବେ । ଦୁହେଁ ଏକାସହ ୨୦୧୪ରେ ଆସିଥିବା ଆକ୍ସନ ଥ୍ରିଲର ‘ଏକ ବିଲେନ’ରେ କାମ କରିଥିଲେ । ବାଗୀ୩ ଜରିଆରେ ସେ ନିଜ କୋ-ଷ୍ଟାର ଶ୍ରଦ୍ଧାଙ୍କ ସହ ନଜର ଆସିବେ । ଟାଇଗରଙ୍କ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ସେ ଆକ୍ସନ ସିକ୍ୱେନ୍ସର ପ୍ରସ୍ତୁତି ଆରମ୍ଭ କରିବେ । ଫିଲ୍ମର ସୁଟିଂ ଅଗଷ୍ଟରେ ଆରମ୍ଭ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More