Only for Entertainment

ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମରୁ ସମ୍ନାକୁ ଆସିଲା ବଡ ଖବର, ଜାଣନ୍ତୁ କେବେ ରିଲିଜ ହେବ ‘ସିମ୍ବା’ର ଟ୍ରେଲର ।

bollywood life
36

ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ସିମ୍ବା’ ୨୦୧୮ର ବହୁପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଏକ । ନିକଟରେ ଫିଲ୍ମର ସୁଟିଂ ପୂରା ହୋଇଥିବା ବେଳେ ଏବେ ଫିଲ୍ମର ପେଷ୍ଟ ପ୍ରଡକ୍ସନ କାମ ଚାଲିଛି । ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ଖୁବ ଶୀଘ୍ର ଶେଷ ହେବ ବୋଲି ଖବର ଶୁଣିବାକୁ ମିଳିଛି ।

simmba-diwali-gift

ଫିଲ୍ମ ‘ସିମ୍ବା’ର ସୁଟିଂ ଚାଲିଥିବା ବେଳେ ସୁଟିଂ ସେଟରୁ ଅନେକ ଫଟୋ ସାମ୍ନାକୁ ଆସିଥିଲା । ଲୋକେ ମଧ୍ୟ ଫଟୋ ଗୁଡିକୁ ଖୁବ ପସନ୍ଦ କରିଥିଲେ । ଏବେ ଲୋକେ ଫିଲ୍ମର ଟ୍ରେଲରକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଯଦି ଆପଣ ରୋହିତ ସେଟ୍ଟୀଙ୍କ ଫିଲ୍ମ ଏବଂ ରଣବୀର ସିଂଙ୍କ ଫ୍ୟାନ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆମେ ଆଣି ଆସିଛୁ ।

karans-pecial-appearance-simmba

ଅସଲରେ କିଛି ମିଡିଆ ରିପୋର୍ଟ ଅନୁସାରେ ରୋହିତ ସେଟ୍ଟୀଙ୍କ ଫିଲ୍ମ ସିମ୍ବାର ଟ୍ରେଲର ୩ ଡିସେମ୍ବରରେ ରିଲିଜ ହେବ । ୧ ଡିସେମ୍ବରରେ ରଣବୀର ସିଂ ତାଙ୍କ ବିବାହ ରିସେପସନ ପାର୍ଟି ଦେବେ ଏହାର ଦୁଇ ଦିନ ପରେ ତାଙ୍କ ନୂଆ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବ ।

Simmba-Resized

କହିରଖୁଛୁ ଯେ, ଫିଲ୍ମରେ ରଣବୀର ସିଂଙ୍କ ବିପକ୍ଷରେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲୀ ଖାନ ଙ୍କୁ ଦେଖିବାକୁ ମିଳିବ । ଦୁହିଁଙ୍କ ଯୋଡିକୁ ଦର୍ଶକ କେତେ ପ ସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ranveer-singh-anil-kapoor-simmba

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More