Only for Entertainment

ମଣିକର୍ଣ୍ଣିକା: ଦ କ୍ୱିନ ଅଫ ଝାନ୍ସୀ,ରେଡ ଶାଢୀରେ ସାମ୍ନାକୁ ଆସିଲା କଙ୍ଗନାଙ୍କ ରୟାଲ ଲୁକ । ଏହି ଦିନ ରିଲିଜ ହେବ ଟ୍ରଲର ।

indiatv
0 24

କଙ୍ଗନା ରାଣାୱତ ତାଙ୍କର ଅପକମିଂ ଫିଲ୍ମ ମଣିକର୍ଣ୍ଣିକା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଫିଲ୍ମର ନାମ ସହିତ ନିହାତି ଭାବରେ ସମସ୍ତେ ଅଳ୍ପ ବହୁତ ପରିଚିତ । ଏହା ଭାରତୀୟ ରାଣୀ ମଣିକର୍ଣ୍ଣିକାଙ୍କ କାହାଣୀ ଯିଏ ବ୍ରିଟିଶ ଶାସନ ସାମ୍ନାରେ ପଛଘୁଂଚା ନ ଦେଇ ସାହସର ପରାକ୍ରମ ଦେଖାଇ ସାଜିଥିଲେ ବାସ୍ତବ କାହାଣୀର ନାୟିକା । ଫିଲ୍ମର ପ୍ରତ୍ୟେକ ଭାଗୀଦାର ଦିନ ରାତି ଖୁବ ପରିଶ୍ରମ କରୁଛନ୍ତି । ଫିଲ୍ମରୁ ସୋନୁ ସୁଦ ବାହାରିବା ପରେ କଂଟ୍ରୋଭର୍ସି ଦେଖିବାକୁ ମିଳିଥିଲା । ଏହାପରେ ନିଜେ କଙ୍ଗନା ଏହାର ନିର୍ଦ୍ଦେଶନା ଦେବେ ବୋଲି କହିଥିଲେ ।

ପୋଷ୍ଟ ପ୍ରଡକ୍ସନ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଫିଲ୍ମର ରିଲିଜ ତାରିଖ ମଧ୍ୟ ବାରମ୍ବାର ଘୁଂଚୁଛି । ଶେଷରେ ଫିଲ୍ମ ଜାନୁୟାରୀ ୨୫ରେ ରିଲିଜ ହେବ,ଯାହା ହ୍ରିତିକଙ୍କ ସୁପର ୩୦କୁ ସାମ୍ନା କରିବ ।

ଶନିବାର ଦିନ ନିର୍ମାତା ଟିଜର ରିଲିଜକୁ ଡ୍ରପ କଲେ । ଟିଜର ଅକ୍ଟୋବର ୨କୁ ରିଲିଜ ହେବ ବୋଲି ସୂଚନା ମିଳିଛି । ତେବେ ନିକଟରେ କଙ୍ଗନାଙ୍କ ରୟାଲ ଲୁକ ସାମ୍ନାକୁ ଆସିଛି । କଙ୍ଗନା ରେଡ ଶାଢୀ ସହିତ ହେଭି ଟ୍ରାଜିସନାଲ ଜ୍ୱେଲରୀରେ ନଜର ଆସିଛନ୍ତି । ଯେଉଁଥିରେ ସେ ଜଣେ ବାସ୍ତବ ବୀରା ଭାବେ ନଜର ଆସିଛନ୍ତି । ଫିଲ୍ମରେ ଅଙ୍କିତା ଲୋଖଣ୍ଡେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More