Only for Entertainment

ରିଲିଜ ହେଲା ‘ସାହୋ’ର ନୂଆ ପୋଷ୍ଟର, ଏହି ଦିନ ରିଲିଜ ହେବ ଫିଲ୍ମ

DNA India
182

ବାହୁବଳୀ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାହୋ’କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । କିଛି ଦିନରୁ ଫିଲ୍ମର ରିଲିଜ ଡେଟକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି । ଏବେ ମେକର୍ସ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଯେଉଁଥରେ ଫିଲ୍ମର ନୂଆ ରିଲିଜ ଡେଟ ବିଷୟରେ ଘୋଷଣା କରାଯାଇଛି ।


ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟରେ ଫିଲ୍ମର ‘ସାହୋ’ର ନୂଆ ପୋଷ୍ଟର ସେୟାର କରି ଲେଖିଛନ୍ତି,ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଫିଲ୍ମ ସାହୋର ନୂଆ ପୋଷ୍ଟର…କୋଷ୍ଟାର ନିଲ ନିତିନ ମୁକେଶ…ସୁଜିତ ଦ୍ୱାରା ନିର୍ଦ୍ଦେଶିତ…୩୦ ଅଗଷ୍ଟରେ ରିଲିଜ ହେବ ।

କହିରଖୁଛୁ ଯେ, ଫିଲ୍ମ ପ୍ରଥମେ ୧୫ ଅଗଷ୍ଟରେ ରିଲିଜ ହେବ ବୋଲି ଖବର ଆସିଥିଲା । ଏବେ ବକ୍ସ ଅଫିସକୁ ନଜରରେ ରଖି ମେକର୍ସ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More