Only for Entertainment

ସାହୋ : ସାମ୍ନାକୁ ଆସିଲା ଜ୍ୟାକି ଶ୍ରଫ ଏବଂ ଚଙ୍କି ପାଣ୍ଡେଙ୍କ ଲୁକ, ୧୦ ଅଗଷ୍ଟରେ ରିଲିଜ ହେବ ଫିଲ୍ମର ଟ୍ରେଲର

63

ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ରୁ ଅଭିନେତା ଜ୍ୟାକି ଶ୍ରଫ ଏବଂ ଚଙ୍କି ପାଣ୍ଡେଙ୍କ ଲୁକ ସାମ୍ନାକୁ ଆସିଛି । ପୋଷ୍ଟରେ ଜ୍ୟାକି ଶ୍ରଫଙ୍କ ଇଣ୍ଟେନ୍ସ ଲୁକ ଦେଖିବାକୁ ମିଳିଛି । ଏହା ସହିତ ଅଭିନେତା ଚଙ୍କି ପାଣ୍ଡେଙ୍କ ଲୁକ ମଧ୍ୟ ମେକର୍ସ ରିଲିଜ କରିଛନ୍ତି । ଫିଲ୍ମରେ ଚଙ୍କି ପାଣ୍ଡେଙ୍କୁ ନେଗେଟିଭ ଭୂମିକାରେ ଦେଖିବାକୁ ମିଳିବ ।

ଏହା ପୂର୍ବରୁ ଫିଲ୍ମରେ ନୀଲ ନିତିନ ମୁକେଶଙ୍କ ଲୁକ ସାମ୍ନାକୁ ସାମ୍ନାକୁ ଆସିଥିଲା । ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ନିକଟରେ ପ୍ରଭାସଙ୍କ ନୂଆ ଲୁକ ସହିତ ଫିଲ୍ମର ଟ୍ରେଲର ରିଲିଜ ବିଷୟରେ ଘୋଷଣା କରାଯାଇଛି । ଫିଲ୍ମର ଟ୍ରେଲର ୧୦ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ।

 

View this post on Instagram

 

The Devil Himself????? #saaho releasing 30th August 2019

A post shared by Chunky Panday (@chunkypanday) on

ପୂର୍ବରୁ ଫିଲ୍ମର ଦୁଇଟି ଗୀତ ଏବଂ ଟିଜର ମେକର୍ସ ରିଲିଜ କରିଛନ୍ତି । ଏହାବକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରଭାସଙ୍କ ଅପୋଜିଟରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିବେ । ଦୁହିଁଙ୍କ କେମେଷ୍ଟ୍ରୀକୁ ପରଦାରେ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମ ୩୦ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More