Only for Entertainment

ବର୍ଥଡେ ସ୍ପେଶାଲ: ଏତେ କମ୍ ବୟସରେ ୩୦ଜଣ ମହିଳାଙ୍କ ବ୍ରେଷ୍ଟ କ୍ୟାନସର(ସ୍ତନ କର୍ଳଟ) ଚିକିତ୍ସା କରାଇଛନ୍ତି , ଜାଣନ୍ତୁ ଏହି ଅଭିନେତ୍ରୀଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା !

560

ଅଭିନେତ୍ରୀ ହଂସିକା ମୋତୱାନୀ ୯ଅଗଷ୍ଟରେ ଅର୍ଥାତ ଆଜି ୨୮ତମ ଜନ୍ମଦିବସ ପାଳନ କରୁଛନ୍ତି । ସେ ଟିଭି ଦୁନିଆରେ ପିଲାଟି ଦିନରୁ କୁନି କଳାକାର ଭାବେ କାମ କରିଛନ୍ତି । ଏହାପରେ ସେ ୨୦୦୧ରେ କଲିଉଡ ଏବଂ ବଲିଉଡରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବଲିଉଡରେ ତାଙ୍କୁ ଏତେମାତ୍ରାରେ ସଫଳତା ମିଳିନଥିଲା ମାତ୍ର କଲିଉଡରେ ଦର୍ଶକଙ୍କ ମନ ଜିତିପାରିଥିଲେ । ହଂସିକା ବଲିଉଡରେ ଫିଲ୍ମ ଆପକା ଶୁରୁରରେ ଡେବ୍ୟୁ କରିଥିଲେ । ସେହିଭଳି କଲିଉଡରେ ସେ ଦେଶମୁଦୁରୁ ଫିଲ୍ମରୁ ଡେବ୍ୟୁ କରିଥିଲେ ଯେଉଁକାରଣରୁ ତାଙ୍କୁ ବେଷ୍ଟ ଫିମେଲ ଡେବ୍ୟୁ ପାଇଁ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା । ଯାହାପରେ ତାଙ୍କର କ୍ୟାରିଅରରେ ଉନ୍ନତି ହୋଇଥିଲା ।

ହଂସିକା ମୋତୱାନୀ ଅଭିନୟ ବ୍ୟତୀତ ସମାଜ ସେବା ମଧ୍ୟ କରନ୍ତି । ସେ ୨୫ଜଣ ଗରିବ ଶିଶୁଙ୍କୁ ପାଠ ପଢାଇବା ପାଇଁ ଖର୍ଚ୍ଚ ଉଠାଇଥିଲେ । କେବଳ ସେତିକି ନୁହେଁ ସେ ବ୍ରେଷ୍ଟ କ୍ୟାନସରରେ ପୀଡିତ ୩୦ଜଣ ମହିଳାଙ୍କ ଖର୍ଚ୍ଚ ମଧ୍ୟ ଉଠାଇଥିଲେ । ୨୦୧୪ରେ କଲିଉଡର ଏହି ଅଭିନେତ୍ରୀଙ୍କ ନା’ ଫୋର୍ବ୍ସ ମାଗାଜିନ ଦ୍ୱାରା ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ତାଙ୍କ ନାଁ ସାମିଲ ରହିଛି ।

ହଂସିକା ତାମିଲନାଡୁ ସରକାରଙ୍କ ‘ଚେନ୍ନାଇ ଟଣ୍ର୍ଣ୍ସ ପିଙ୍କ’ବ୍ରାଣ୍ଡ ଆମ୍ବାସାଡର’ର ମଧ୍ୟ ମୁଖ୍ୟ ଅଟନ୍ତି । ଆପଣଙ୍କୁ ଏଠାରେ ଆଶ୍ଚର୍ଯ୍ୟ ଲାଗିବ ଯେ ମଦୁରାଇରେ ମଧ୍ୟ ତାଙ୍କର ଏକ ମନ୍ଦିର ରହିଛି । ଏହି ମନ୍ଦିର ଜଣେ ପ୍ରଶଂସକ ବନାଇଛନ୍ତି । ଏଠାରେ ତାଙ୍କର ମୂର୍ତ୍ତି ରହିଛି । ହଂସିକା ଏବେ ପର୍ଯ୍ୟନ୍ତ ୫୦ରୁ ଅଧିକ ଫିଲ୍ମ ଏବଂ ୭ଟି ଟିଭି ସିରିଅଲରେ କାମ କରିସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More