Only for Entertainment

ପାକିସ୍ତାନରେ ବ୍ୟାନ ହେଲା ଭାରତୀୟ ଫିଲ୍ମ

77

ଭାରତ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ଇତିହାସ ସୃଷ୍ଟି କରିଛି । ଯାହାର ପ୍ରଭାବ ପଡ଼ିଛି ପାକିସ୍ତାନ ଉପରେ । ଭାରତ ସରକାରଙ୍କ ନିଷ୍ପତ୍ତି ପରେ ପ୍ରଥମେ ପାକସ୍ତାନ ଭାରତ ସହିତ ବାଣିଜ୍ୟ ସଂପର୍କ ଭାଙ୍ଗିବା ପାଇଁ ଘୋଷଣା କରିଛି । ଭାରତରୁ ଉଚ୍ଚ ଅଧିକାରୀଙ୍କୁ ଫେରାଇ ନେବାକୁ ଘୋଷଣା କରିଛି ଏବଂ ଏହା ସହିତ ପାକିସ୍ତାନରେ ଭାରତୀୟ ଫିଲ୍ମ ବ୍ୟାନ କରିବା ପାଇଁ ଘୋଷଣା କରିଛି ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିଶେଷ ସହାୟକ ଫିରଦୋସ ଆଶିକ ଅବାନ କହିଛନ୍ତିଯେ ଏବେ ପାକିସ୍ତାନରେ ଭାରତ ଫିଲ୍ମ ଦେଖାଯିବ ନାହିଁ । ଏହା ସହିତ କହିଛନ୍ତିଯେ ପାକିସ୍ତାନ ତରଫରୁ ନୈତିକ,ରାଜନୈତିକ ଏବଂ ଅନ୍ୟ ସମସ୍ତ ସୁବିଧା କାଶ୍ମୀରକୁ ଦିଆଯିବ ।

କହିରଖୁଛୁ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଭାରତୀୟ ଫିଲ୍ମକୁ ପାକସ୍ତାନରେ ବ୍ୟାନ କରାଯାଇଛି । ଏହି ବର୍ଷ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ମଧ୍ୟ ଭାରତୀୟ ଫିଲ୍ମକୁ ନଦେଖିବା ପାଇଁ ମନା କରି ଦେଇଥିଲେ । କିନ୍ତୁ ଏହା ପୂର୍ବରୁ ପୁଲୱାମା ଆକ୍ରମଣ ପରେ ଭାରତୀୟ ଫିଲ୍ମର ପ୍ରଯୋଜକମାନେ ପାକିସ୍ତାନରେ ଫିଲ୍ମ ରିଲିଜ ନକରିବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More