Only for Entertainment

ଟିଭି ପରଦାରେ ଷ୍ଟଣ୍ଟ ଦେଖାଇବେ ‘ଗୋପି ବୋହୂ’, ଖତରୋଁ କେ ଖିଲାଡୀ-୯ରେ ଆସିବେ ନଜର

BollywoodPapa
0 53

ପପୁଲାର ଟିଭି ଶୋ’ ‘ସାଥ ନିଭାନା ସାଥିୟା’ରେ ଗୋପି ବୋହୂ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଲମ୍ବା ସମୟରୁ ଟିଭି ଠାରୁ ଦୂରେଇ ରହିଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ଫ୍ୟାନ୍ସ ତାଙ୍କର ଆଗାମୀ ଶୋ’କୁ ଅପେକ୍ଷା କରି ରହିଛନ୍ତି । ତେବେ ଦେବୋଲିନାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର ସେ ଖୁବ ଶୀର୍ଘ ଟିଭିକୁ କମବ୍ୟାକ କରୁଛନ୍ତି । ରିପୋର୍ଟ ଅନୁସାରେ ଦେବୋଲିନାଙ୍କୁ ‘ଖତରୋଁ କେ ଖିଲାଡି’ ସିଜିନ ୯ରେ ପାଇଁ ଆପ୍ରୋଚ କରାଯାଇଛି ।

devoleena-bhattacharjee

ଖବର ଅନୁସାରେ ସିଜିନ-୯ରେ ଦେବୋଲିନାଙ୍କ ବ୍ୟତିତ ଅନେକ ନାମିଦାମୀ ଟିଭି କଳାକାର ମାନଙ୍କୁ ଆପ୍ରୋଚ କରାଯାଇଛି । ତେବେ ଅନ୍ୟ ପକ୍ଷରେ ଦେବୋଲିନା ଖତରୋଁ କେ ଖିଲାଡିରେ ଭାଗ ନେବେ କି ନାହିଁ ତାହା ବିଷୟରେ କିଛି ସ୍ପଷ୍ଟ କରିନାହାଁନ୍ତି ।

devoleena-bhattacharjee-944314l

ଦେବୋଲିନାଙ୍କ ବ୍ୟତିତ କରନ ଟେକର, କବିତା କୌଶିକ, ଅର୍ଶି ଖାନ, ପ୍ରିନ୍ସ ନଋଲା, ୟୁଭିକା ଚୌଧୁରୀଙ୍କ ନାମ ମଧ୍ୟ ସିଜିନ-୯ ପାଇଁ ସାମ୍ନାକୁ ଆସୁଛି । କହିରଖୁଛୁ ଯେ ଏହି ଶୋ’କୁ ରୋହିତ ଶେଟ୍ଟୀ ହୋଷ୍ଟ କରୁଥିବା ବେଳେ ଅନେକ ପପୁଲାର ସେଲିବ୍ରିଟି ଶୋ’ରେ ଭାଗ ନେଇଥିାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More