Only for Entertainment

ସାମ୍ନାକୁ ଆସିଲା ‘ସବ୍‍ କୁଶଲ ମଙ୍ଗଳ’ର ପ୍ରଥମ ଲୁକ, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅକ୍ଷୟ ଖନ୍ନା

East Coast Daily English
20

ଅପ୍‍କମିଂ ଫିଲ୍ମ   ‘ସବ୍‍   କୁଶଲ ମଙ୍ଗଳ’ର  ରିଲିଜ  ଡେଟ୍‍ ଏଇ  ନିକଟରେ  ଧାର୍ଯ୍ୟ  ହୋଇସାରିଛି । ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରେ ଏହି ଫିଲ୍ମଟି    ସିନେମା    ଘରେ    ମୁକ୍ତିଲାଭ କରିବାକୁ ଯାଉଛି ।  ଟ୍ରେଡ୍‍  ଆନାଲିଷ୍ଟ  ତରନ  ଆଦର୍ଶ ଟ୍ୱିଟ୍‍  ଜରିଆରେ  ଏହି  ସୂଚନା  ଦେଇଛନ୍ତି ।  ଏଥିସହିତ ଫିଲ୍ମଟିର ଫାଷ୍ଟ ଲୁକ୍‍ ପୋଷ୍ଟରକୁ ମଧ୍ୟ ଜାରି କରାଯାଇଛି ।

‘ସବ୍‍  କୁଶଳ  ମଙ୍ଗଳ  ହେ’ରେ    ଅକ୍ଷୟ  ଖନ୍ନା,  ପ୍ରିୟଙ୍କ୍‍  ଶର୍ମା ଏବଂ  ରିୱା  କିଶନ୍‍ଙ୍କୁ  ମୁଖ୍ୟ  ଭୂମିକାରେ  ଅଭିନୟ  କରୁଥିବା ଦେଖିବାକୁ ପାଇବେ ଦର୍ଶକ । ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟଙ୍କ୍‍ ଶର୍ମା  ଏବଂ  ଭୋଜ୍‍ପୁରୀ  ସୁପର୍‍ଷ୍ଟାର  ରବି  କିଶାନ୍‍ଙ୍କ  ଝିଅ  ରିୱା କିଶନ୍‍  ଏହି  ଫିଲ୍ମ  ଜରିଆରେ  ବଲିଉଡରେ  ଡେବ୍ୟୁ  କରିବାକୁ ଯାଉଛନ୍ତି ।  ଏଥିସହିତ  ଜଣାଶୁଣା  ଫିଲ୍ମ  ମେକର୍‍  ନିତୀନ ମନମୋହନଙ୍କ ଝିଅ ପ୍ରାଚୀ ଏହାର ପ୍ରଯୋଜିକା ଅଟନ୍ତି । ଏହି ଫିଲ୍ମ ଜରିଆରେ  ସେ ପ୍ରଯୋଜିକା  ଭାବେ ଡେବ୍ୟୁ  କରୁଛନ୍ତି   ।

କରନ ବିଶ୍ୱନାଥ କଶ୍ୟପ୍‍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ ଖନ୍ନାଙ୍କ ଭୂମିକା ମୁଖ୍ୟ ଅଟେ । ଅକ୍ଷୟ ଖନ୍ନା ହିରୋଙ୍କୁ ଗନ୍‍ ପଏଣ୍ଟ ଦେଖାଇଥିବା ବେଳେ ରିୱାଙ୍କୁ ଗୋଳାପ ଫୁଲ ଦେଉଥିବା ଏହାର ପୋଷ୍ଟର୍‍ ଦେଖିବାକୁ ମିଳୁଛି । ଏହା ଏକ  ରୋମାଣ୍ଟିକ୍‍  କମେଡ଼ି  ଫିଲ୍ମ  ଅଟେ । ଫିଲ୍ମ ୩ ଜାନୁଆରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More