Only for Entertainment

ଲୋକମାନେ ମଦ କିଣିବା ପାଇଁ ଏଭଳି ଲଗାଇଲେ ଦୌଡ, ଭିଡିଓ ଦେଖିଲେ ରୋକି ପାରିବେ ନାହିଁ ହସ !

32

ଇଂଟରନେଟ ପାଇଁ ସବୁ ଖବର ଆମ ହାତ ମୁଠାରେ ପହଂଚି ପାରୁଛି । ସେହିଭଳି ସୋସିଆଲ ମିଡିଆ ଆସିବା ଦିନ ଠାରୁ ହିଁ ସୋସିଆଲ ମିଡିଆରେ ସବୁକିଛି ଭାଇରାଲହେଉଛି । ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ବିଚଳିତ ନୁହେଁ ବରଂ ହସି ହସି ଗଡିଯିବେ । ଭିଡିଓରେ ଦେଖିବାକୁ ମିଳିଛି ଯେ ସମସ୍ତେ ଖୁବ ଜୋରରେ ଦୌଡୁଛନ୍ତି । ଏହା କୌଣସି ଦୌଡ ପ୍ରତିଯୋଗିତାର ଭିଡିଓ ନୁହେଁ , ମାତ୍ର ଆପଣ ଅସଲ କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ କୁହାଯାଇଛି ଯେ ଏହା କୌଣସି ଭୂକମ୍ପ ନୁହେଁ ଯେଉଁକାରଣରୁ ଲୋକମାନେ ଏତେ ଜୋର ଦୌଡୁଛନ୍ତି ।

ଅସଲରେ ମଦ କିଣିବା ପାଇଁ ଲୋକମାନେ ଏଭଳି ଦୌଡ ଲଗାଇଛନ୍ତି । ଭିଡିଓର ସତ୍ୟତା ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଫେସବୁକରେ ଜୟମନି ପି ନାମକ ୟୁଜର ଏହି ଭିଡିଓକୁ ଶେୟାର କରିଛନ୍ତି । ଏହାର କ୍ୟାପଶନ ଲେଖିଛନ୍ତି ଯେ କେରଳରେ ମଦ ପାଇଁ ଏଭଳି ଲୋକେ ଦୌଡୁଛନ୍ତି । ଯିଏ ଏହି ପୋଷ୍ଟକୁ ଶେୟାର କରିଛନ୍ତି ସେ ଲେଖିଛନ୍ତି ଯେ ନିର୍ବାଚନ ପାଇଁ ୨ଦିନ ଛୁଟି ପରେ ମଦ ଦୋକାନ ଖୋଲିବାରୁ ଲୋକମାନେ ଏଭଳି ଦୌଡିଛନ୍ତି କି କିଏ ଯାଇ ଆଗେ ଧାଡିରେ ପହଂଚି ପାରିବ । ତେବେ ଏହା କେତେ ଦୂର ସତ ଏହାର କୌଣସି ଖବର ମିିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More