Only for Entertainment

ପ୍ରଥମ ସିଜନ ଭଳି ଖତରନାକ ଦ୍ୱିତୀୟ ଭାଗ, ରିଲିଜ ହେଲା ସାକ୍ରେଡ ଗେମ୍ସର ଟ୍ରେଲର ।

27

ନେଟଫ୍ଲିକ୍ସରେ ଭାରତର ପ୍ରଥମ ଅରିଜିନାଲ କ୍ରାଇମ ଭାରତୀୟ ୱେବସିରିଜ ସାକ୍ରେଡ ଗେମ୍ସର ଦ୍ୱୀତୀୟ ସିଜନକୁ ନେଇ ପ୍ରତୀକ୍ଷା ଶେଷ ହୋଇଛି । ପ୍ରଥମ ସିଜନରେ ରହିଯାଇଥିବା କେତେକ ପ୍ରଶ୍ନର ଉତ୍ତର ଦ୍ୱିତୀୟ ସିଜନରେ ମିଳିବ । ଆଜି ଦ୍ୱିତୀୟ ସିଜନର ଟ୍ରେଲର ରିଲିଜ କରିଦିଆଯାଇଛି । ଏହି ସିଜନ ମଧ୍ୟ ପ୍ରଥମ ଭଳି ଭାରି ଖତରନାକ । ହତ୍ୟା ଏବଂ ଗାଳିଗୁଲଜ ଭଳି ଦୃଶ୍ୟ ମଧ୍ୟ ନଜର ଆସିବ ।

ପ୍ରଥମ ସିଜନର କାହାଣୀକୁ ପର୍ଯ୍ୟବେଷିତ କରି ଦ୍ୱିତୀୟ ସିଜନ ଆରମ୍ଭ ହୋଇଛି । ଏହାପରେ ସାମ୍ନାକୁ ଆସିଛନ୍ତି ଦ୍ୱିତୀୟ କାହାଣୀର ନୂଆ ଚରିତ୍ର । ପୂର୍ବାପେକ୍ଷା କାହାଣୀ ଖୁବ କୌତୁହଳପୂର୍ଣ୍ଣ ହୋଇଥିବା ଅନୁମାନ କରାଯାଉଛି । ଅବଶ୍ୟ ଏହା ୨ ମିନିଟ ୧୦ ସେକେଣ୍ଡର ଟ୍ରେଲର ଦେଖିବା ପରେ ସ୍ପଷ୍ଟ ବାରି ହେଉଛି । ଟ୍ରେଲରରେ ନୱାଜୁଦ୍ଦିନ ସିଦ୍ଦିକୀ, ପଙ୍କଜ ତ୍ରିପାଠୀ ଏବଂ ସୈଫ ଅଲି ଖାନ ନଜର ଆସିଛନ୍ତି । ନେଟଫ୍ଲିକ୍ସ ସୋସିଆଲ ମିଡିଆରେ ଏହି ଟ୍ରେଲରକୁ ଶେୟାର କରିଛନ୍ତି । କ୍ୟାପ୍ସନରେ ଲେଖାଅଛି’ବୋଲେ ତୋ ଗେମ ଓଭର’ ।

ଏଥିରେ କଳକୀ କୋଚଲିନ ଏବଂ ରଣବୀର ଶୈାରୀ ମଧ୍ୟ ନଜର ଆସିବେ, କିନ୍ତୁ ସେମାନଙ୍କ ଚରିତ୍ରକୁ ଏତେ ହାଇଲାଇଟ କରାଯାଇନାହିଁ । ତେବେ ଏବେ କେବଳ ୧୫ ଅଗଷ୍ଟକୁ ଫ୍ୟାନ୍ସଙ୍କ ଅପେକ୍ଷା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More