Only for Entertainment

ସୁନ୍ଦର ବିଚ୍ ନା ଭାଙ୍ଗି ଯାଇଥିବା କାର୍ ର ଡୋର୍ ? ଲୋକଙ୍କୁ ଦ୍ୱନ୍ଦରେ ପକାଇଲା ଏହି ଭାଇରାଲ ଫଟୋ

tweet by nayem
63

ଏଣ୍ଟରଟେନମେଣ୍ଟ ଚାହାଁନ୍ତି ତ ଇଣ୍ଟରନେଟ ଠାରୁ ଭଲ ଅପସନ ଆଉ କିଛି ନାହିଁ । ଇଣ୍ଟରନେଟରେ ଏଭଳି ଅନେକ ଫଟୋ ସାମ୍ନାକୁ ଆ ସିଥାଏ ଯାହା ଲୋକଙ୍କୁ ଦ୍ୱନ୍ଦରେ ପକାଇଦିଏ । ଅନେକ ସମୟରେ ଅପଟିକାଲ ଅଲ୍ୟୁସନ ବା ଦୃଷ୍ଟି ଭ୍ରମ କରୁଥିବା ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥାଏ । ଏହାକୁ କିଛି ଲୋକେ ଦେଖି ଚିଡିଥାନ୍ତି ତ କିଛି ଲୋକେ ଏହାକୁ ସମାଧାନ କରିବା ପାଇଁ ଲାଗିପଡନ୍ତି ।

ନିକଟରେ ଏହିଭଳି ଏକ ଫଟୋ ସାମ୍ନାକୁ ଆସିଛି ଯାହା ଲୋକଙ୍କୁ କନଫ୍ୟୁଜ କରିଦେଇଛି । ଫଟୋରେ ଏକ କାର୍ ର ଭାଙ୍ଗିଯାଇଥିବା ଡୋରର ତଳ ଭାଗ ଦେଖିବାକୁ ମିଳିଛି ଯାହା ଏକ ସୁନ୍ଦର ବିଚ୍ ର ଭ୍ରମ ସୃଷ୍ଟି କରିଛି । ଏହି ଫଟୋ ଦେଖିବା ପରେ ଟ୍ୱିଟର ବ୍ୟବହାରକାରୀ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ଏହା କାରର ତଳ ଭାଗ କିନ୍ତୁ ଧ୍ୟାନ ଦେଇ ଦେଖିଲେ ଏହା ଆପଣ ଜାଣିପାରବେ ।

ଦେଖନ୍ତୁ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More