Only for Entertainment

ପ୍ରଶଂସକଙ୍କ ଠାରୁ ଧମକ ପାଉଛନ୍ତି ଶାହାରୁଖ!

29

ଫିଲ୍ମ ‘ଜିରୋ’ ପରଠାରୁ ପରଦାରେ ନଜର ଆସିନାହାନ୍ତି ଅଭିନେତା ଶାହାରୁଖ୍ ଖାନ୍। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ପାରି ନଥିବା ବେ‌ଳେ ଫିଲ୍ମର ରିଲିଜ୍ ପରେ ପରେ କୌଣସି ଫିଲ୍ମ ହାତକୁ ନେଇ ନଥିଲେ ଶାହାରୁଖ୍। ଏହା ସହ ପରିବାରକୁ ସମୟ ଦେବାକୁ ଚାହୁଥିବା କଥା କହି ଶାହାରୁଖ୍ କିଛି ଦିନ କୌଣସି ଫିଲ୍ମରେ କାମ କରିବେ ନାହିଁ ବୋଲି କହିଥିଲେ। ତେବେ ଏତେ ଦିନ ବିତି  ଯିବା ପରେ ଏବେ ତାଙ୍କ ପ୍ରଶଂସକମାନେ ପୁଣିଥରେ ଶାହାରୁଖଙ୍କୁ ପରଦାରେ ଦେଖିବାକୁ ଚାହୁଥିବା କହିଛନ୍ତି।

 

ଏ ନେଇ ଟୁଇଟରରେ ଆରମ୍ଭ ହୋଇଛି #ଉଇୱାଣ୍ଟଆନାଉସମେଣ୍ଟଏସଆରକେ ଅଭିଯାନ। ତାଙ୍କର ପ୍ରଶଂସକମାନେ ଖୁବ୍ ଶୀଘ୍ର ତାଙ୍କୁ ପରଦାକୁ ଫେରିବାକୁ ଟୁଇଟ୍ କରି କହିବା ଆରମ୍ଭ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି କି, ଆଉ ଅପେକ୍ଷା କରିହେବ ନାହିଁ। ‘ଜିରୋ’ ପରଠାରୁ ଆପଣଙ୍କୁ ପରଦାରେ ଦେଖି ନାହୁଁ। ଏବେ ଆପଣ ଫିଲ୍ମ କରିବା ଆରମ୍ଭ କରନ୍ତୁ। ଫିଲ୍ମ ‘ଧୁମ୍’ ହେଉ ବା ଅତଲି କୁମାରଙ୍କ ଆଗାମୀ ଫିଲ୍ମ ହେଉ, ତୁରନ୍ତ ପରଦାକୁ ଫେରନ୍ତୁ ବୋଲି ଲେଖିଛନ୍ତି। ଏହା ସହ ଅନ୍ୟ ଜଣେ ବ୍ୟବହାରକାରୀ ତାଙ୍କୁ ଖୋଲା ଖୋଲି ଭାବେ ଧମକ ଦେଇଛନ୍ତି। ଯଦି ଜାନୁଆରିି ୧ରେ ନିଜର ଆଗାମୀ ଫିଲ୍ମର ଘୋଷଣା ନ କର, ତେବେ ମୁଁ ଆତ୍ମହତ୍ୟା କରିବି ବୋଲି ଲେଖି ଟୁଇଟ୍ କରିଥିବା ବେଳେ କିଛି ସମୟ ପରେ ସେ ଟୁଇଟ୍ ହଟାଇ ଦେଇଥିବା ଦେଖାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More