Only for Entertainment

ଫିଲ୍ମ ଜିରୋରେ ଦର୍ଶକଙ୍କୁ ଏହି ସରପ୍ରାଇଜ ଦେବେ ଶାହାରୁଖ ଖାନ ।

youtube
22

ନିଜର ଅପକମିଂ ଫିଲ୍ମ ଜିରୋର ପ୍ରମୋସନ ପାଇଁ କିଙ୍ଗ ଖାନ ଶାହାରୁଖ ଏବେ ନୂଆ ଷ୍ଟ୍ରାଟେଜି ଆପଣାଇବେ ବୋଲି ଜଣାପଡିଛି । ଶାହାରୁଖ ଜିରୋରେ ରଖିଛନ୍ତି ଏକ ସରପ୍ରାଇଜ ଏଲିମେଂଟ । ଆମେ ଆପଣଙ୍କୁ କହିବୁ ପ୍ରକୃତରେ ବାଦଶାହା ଖାନ ଦର୍ଶକଙ୍କ ପାଇଁ ଫିଲ୍ମ ଜିରୋ ଜରିଆରେ କି ସରପ୍ରାଇଜ ଦେବାକୁ ଯାଊଛନ୍ତି । ଜିରୋର ଟ୍ରେଲରକୁ ଦର୍ଶକମାନେ ବେଶ ପସନ୍ଦ କରିବା ପରେ ଏବେ ବେଶ ପ୍ରତିକ୍ଷାର ସହ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି ଫ୍ୟାନ । ଅନ୍ୟପଟେ ଶାହାରୁଖଙ୍କ ପୂର୍ବ ରିଲିଜ ଗୁଡିକ ଆଶାନରୂପକ ସଫଳତା ହାତେଇବାରେ ବିଫଳ ହୋଇଥିବାବେଳେ ଏବେ ଜିରୋକୁ ନେଇ ସେ ବେଶ ଯତ୍ନବାନ ହୋଇପଡିଛନ୍ତି । ତେଣୁ ଜିରୋକୁ ହିଟ କରିବା ପାଇଁ ସେ ସମସ୍ତ ପ୍ରକାର ପ୍ରସ୍ତୁତି ଚଳେଇଛନ୍ତି ।ସେଥିପାଇଁ ଫିଲ୍ମ ଜିରୋରେ ସରପ୍ରାଇଜ ଏଲିମେଂଟ ଭାବେ ଶାହାରୁଖ ଲିଜେଣ୍ଡରୀ ଅଭିନେତ୍ରୀ ସ୍ୱର୍ଗତ ଶ୍ରୀଦବୀଙ୍କ ଅଭିନୀତି ଏକ ଗୀତକୁ ସ୍ଥାନ ଦେବେ ବୋଲି ଜଣାପଡିଛି । ନିଧନର କିଛି ଦିନ ପୂର୍ବରୁ ଶ୍ରୀଦେବୀ ଏହି ଗୀତର ସୁଟିଂ ପୂରା କରିଥିଲେ ।ଏହାର କୌଣସି ଝଲକ ରିଲିଜ ପୂର୍ବରୁ ଜାରି କରିବେନି ଶାହାରୁଖ ।ଫିଲ୍ମ ରିଲଜ ସମୟରେ ହିଁ ଦର୍ଶକମାନେ ଏଇ ସରପ୍ରାଇଜ ଦେଖିବା ପାଇଁ ଯୋଜନା କରାଯାଇଛି ।ଶ୍ରୀଦେବୀ ଏହି ଗୀତର ସୁଟିଂ ଅଭିନେତ୍ରୀ ଆଲିଆ ଭଟ୍ଟ,କରିସ୍ମା କପୁର ଓ ଶାହାରୁଖଙ୍କ ସହ ଏକାଠି ମିଶି କରିଥିଲେ ।ସୁଟିଂ ସେଟର ଫଟୋ ସହ ଅନୁଭୁତିକୁ ମଧ୍ୟ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ ।ଏକ ପାର୍ଟି ସିକ୍ୱେନ୍ସ ପାଇଁ ଅକ୍ଟୋବର ମାସରେ ସୁଟିଂ ଶେଷ କରିଥିଲେ ଶ୍ରୀଦେବୀ ।ଜିରୋରେ ପୁଣି ଥରେ ଜବତକ ହୈ ଜାନ କଳାକାରଙ୍କ ଅଭିନୟ ଏକାଠି ଦେଖିବାକୁ ମିଳିବ ।ଲିଡ ରୋଲରେ ଶାହାରୁଖ ଓ ଫିମେଲ ଲିଡରେ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମାଙ୍କ ଅଭିନୟ ରହିଛି ।ଡିସେମ୍ବର ୨୧ରେ ରିଲିଜ ହେବ ଫିଲ୍ମ ଜିରୋ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More