Only for Entertainment

ରେର୍କଡ ସୃଷ୍ଟି କରିଛି ହଲିଉଡ ଆନିମେଟେଡ ଫିଲ୍ମ ଲାୟନ କିଙ୍ଗର ହିନ୍ଦୀ ଟ୍ରେଲର

youtube
24

ଆନିମେଟେଡ ଫିଲ୍ମ ଲାୟନ କିଙ୍ଗର ଟ୍ରେଲରକୁ ସଫଳତା । ଖୁବ କମ ଦିନ ମଧ୍ୟରେ ଟ୍ରେଲରକୁ ମିଳିଛି ଅପୂର୍ବ ସଫଳତା । ୨୪ ଘଂଟାରେ ୩କୋଟିରୁ ଉର୍ଦ୍ଧ ଦର୍ଶକ ଏହାକୁ ଦେଖିସାରିଛନ୍ତି । ଯାହାକି ଡିଜନୀ ଇତିହାର ନୂଆ ରେର୍କଡ ବୋଲି କୁହାଯାଉଛି । ୩ଦିନ ପୂର୍ବରୁ ହିନ୍ଦୀ ଭାଷାରେ ନିର୍ମିତ ଟ୍ରେଲରକୁ ରିଲିଜ କରାଯାଇଥିଲା ।ଯାହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଏହି ଲାଇଭ ଆକ୍ସନ ଆନିମେଟେଡ ଫିଲ୍ମରେ ରହିଛି ହିନ୍ଦୀ ଫିଲ୍ମର ଜଣାଶୁଣା ଅଭିନେତା କବୀର ବେଦୀଙ୍କ ଆୱାଜ । କ୍ୟାରେକ୍ଟର ମୁଫସାରେ ରହିଛି କବୀରଙ୍କ ଆୱାଜ ।

୧୯୯୪ ମସିହାରେ ନିର୍ମିତ ଲାୟନ କିଙ୍ଗର ସିକ୍ୱେଲ ଭାବେ ଏହାର ନିର୍ମାଣ କରାଯାଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଜନ ଫାଭେରୁ । ୨୦୧୬ ଫିଲ୍ମ ନିର୍ମାଣ ନେଇ ପ୍ରଡକ୍ସନ ହାଉସ ଘୋଷଣା କରିଥିବାବେଳେ ୨୦୧୭ରେ ନିର୍ମାଣ କାମ ଆରମ୍ଭ ହୋଇଥିଲା ।୨୦୧୯ରେ ଜୁୂଲାଇ ୧୯ରେ ରିଲିଜ ହେବ ଲାୟନ କିଙ୍ଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More