Only for Entertainment

ସଲମାନଙ୍କ ତରଫରୁ କପିଲ ଶର୍ମାଙ୍କୁ ଦୀପାବଳି ଉପହାର,ଜାଣନ୍ତୁ କ’ଣ ଦେଲେ ସଲମାନ ।

youtube
45

କମେଡ଼ି କିଙ୍ଗ କପିଲ ଶର୍ମା ଟିଭିକୁ ଧମାକାଦାର ଏଂଟ୍ରି କରିବେ । ଡିସେମ୍ବରରେ ବିବାହ ପରେ ସେ ଛୋଟ ପରଦାରେ କମେଡ଼ିର ତଡ଼କା ଲଗାଇବେ । କିନ୍ତୁ କ’ଣ ଆପଣ ଜାଣନ୍ତି କି କମେଡ଼ି କିଙ୍ଗଙ୍କ ଫେରିବା ପଛରେ ସଲମାନ ଖାନଙ୍କ ଏକ ପ୍ରମୁଖ ଭୂମିକା ରହିଛି ।

ମିଡିଆ ରିପୋର୍ଟସ ଅନୁସାରେ କପିଲଙ୍କ କମେଡ଼ି ଶୋ’କୁ ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ପ୍ରଡ୍ୟୁସ କରିବ । ଆସନ୍ତା ମାସ ୧୬ ଡିସେମ୍ବରକୁ କପିଲ ସୁଟିଂ ଆରମ୍ଭ କରିବେ । ପ୍ରଥମେ କପିଲଙ୍କ ବ୍ୟାନର ଶୋ’କୁ ପ୍ରଡ୍ୟୁସ କରୁଥିଲା । ଫ୍ୟାମିଲ ଟାଇମ ୱିଦ କପିଲ ଶର୍ମା ଶୋ’ର ଦାୟୀତ୍ୱ ଚ୍ୟାନେଲ ଅନ୍ୟ କାହାକୁ ଦେଇ ଦେଇଥିଲା ।

ମିଡ ଡେ ରିପୋର୍ଟ ଅନୁସାରେ କପିଲଙ୍କ ଶୋ ପାଇଁ ଫିଲ୍ମ ସିଟିର ଅଷ୍ଟମ ମହଲାରେ ସେଟ ତିଆରି ହେଉଛି ।ଏହି ସ୍ଥାନରେ କପିଲ ପୁରୁଣା ସିଜନର ସୁଟିଂ କରିଛନ୍ତିଚହି ରଖୁଛୁଯେ କପିଲ ୧୨ ଡିସେମ୍ବରକୁ କପିଲ ଜଳନ୍ଧରରେ ଗର୍ଲଫ୍ରେଣ୍ଡ ଗିନିଙ୍କୁ ବିବାହ କରିବେ ।୧୪ ଡିସେମ୍ବରକୁ ରିସେପସନ ପାର୍ଟି ହେବ । ସମାରୋହକୁ କପିଲ ସାଧାସିଧା କରିବାକୁ ଚାହୁଁଥିଲେ ,କିନ୍ତୁ ଗିନି ଗୋଟିଏ ମାତ୍ର ଝିଅ ହୋଇଥିବାରୁ ଧୁମଧାମରେ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More