Only for Entertainment

‘ଇଂଶାଲ୍ଲାହ’ର ସୁଟିଂ ଲୋକେସନ ଫାଇନାଲ, ବିଦେଶରେ ଆଲିଆଙ୍କ ସହିତ ରୋମାନ୍ସ କରିବେ ସଲମାନ ଖାନ

google
28

ବଲିଉଡର ଭାଇଜାନ ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସଲମାନ ଏହି ଫିଲ୍ମକୁ ଯେତେ ଶୀଘ୍ର ପୂରା କରିବାକୁ ଚାହାଁନ୍ତି । କାରଣ ଏହି ଫିଲ୍ମ ପରେ ସେ ବଗ ବଜେଟ ଫିଲ୍ମ ‘ଇଂଶାଲ୍ଲାହ’ର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଏହି ଫିଲ୍ମରେ ସଲମାନ ପ୍ରଥମଥର ପାଇଁ ଆଲିଆ ଭଟ୍ଟଙ୍କ ସହିତ ସ୍କ୍ରିନ ସେୟାର କରିବେ । ଏହାକୁ ନେଇ ଦୁଇ କଳାକାର ଖୁବ ଉତ୍ସାହିତ ଥିବା ଜଣାପଡିଛି ।

ଇତି ମଧ୍ୟରେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ଫିଲ୍ମର ମେକର୍ସ ସୁଟିଂ ପାଇଁ ଲୋକେସନ ଫାଇନାଲ କରି ସାରିଛନ୍ତି । ‘ଇଂଶାଲ୍ଲାହ’ର ନିର୍ଦ୍ଦେଶକ ନିର୍ଣ୍ଣୟ ନେଇଛନ୍ତି ଯେ, ଫିଲ୍ମର ସୁଟିଂ ଆମେରିକାର ଫ୍ଲୋରିଡାରେ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ସଂଜୟ ଲୀଲା ଭଂସାଲୀ କରୁଛନ୍ତି । ସେ ଅନେକ ଦିନରୁ ଭଲ ଲୋକେସନ ଖୋଜୁଥିଲେ ଏବେ ତାହା ମିଳିଯାଇଛି ।

ରିପୋର୍ଟ ଅନୁସାରେ ସଲମାନ -ଆଲିଆ ୩ ସପ୍ତାହ ଫ୍ଲୋରିଡାରେ ସୁଟିଂ କରିବେ । ଏହା ସହିତ ଫିଲ୍ମରେ ସଲମାନ ଖାନ ଏବଂ ଆଲିଆଙ୍କ କିଛି ସିନର ସୁଟିଂ ଓରଲ୍ୟାଣ୍ଡୋ ଏବଂ ମିୟାମୀ ବିଚରେ ସୁଟ ହେବ । ସୂଚନା ଅନୁସାରେ ଫିଲ୍ମରେ ସଲମାନ ଜଣେ ବିଜନେସମ୍ୟାନ ଭୂମିକାରେ ନଜର ଆସିବେ ଓ ଆଲିଆଙ୍କୁ ଜଣେ ଅଭିନେତ୍ରୀ ଭାବେ ଦେଖିବାକୁ ମିଳିବ । ଫିଲ୍ମ ଆଗାମୀ ବର୍ଷ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More