Only for Entertainment

ମୃତ୍ୟୁ ମୁହଁକୁ ଟାଣିନିଏ ଲାଲ ମାଂସ ।

45

ଜର୍ନାଲ ବିଏମଜେରେ ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ ଓଜନିଆ ଲାଲ ରଙ୍ଗର ମାଂସ ଖାଇବା ଦ୍ୱାରା ବ୍ୟକ୍ତି ଖୁବଶୀଘ୍ର ମୃତ୍ୟୁ ଆଡ଼କୁ ଟାଣି ହୋଇଯାଏ । ୧୯୮୬ରେ ଆରମ୍ଭ ହୋଇଥିବା ଏହି ଗବେଷଣା ୨୦୧୦ ପର୍ଯ୍ୟନ୍ତ ଚାଲିଥିଲା । ଗବେଷଣାରେ ଏକାଧିକ ନର୍ସ ଏବଂ ହେଲଥ ପ୍ରୋଫେସନାଲସଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ୪ ବର୍ଷ ପରେ ସେମାନଙ୍କୁ ଖାଦ୍ୟକୁ ନେଇ କେତେକ ପ୍ରଶ୍ନ ମଧ୍ୟ କରାଯାଉଥିଲା । ଯେଉଁଥିରେ ଲାଲ ମାଂସ କଥା ଅନ୍ତର୍ଭୁକ୍ତ ଥିଲା । ରିସର୍ଚରେ ଜଣାଗଲା ବିଭିନ୍ନ କାରଣ ସୃଷ୍ଟି ହୋଇଥିଲା ମୃତ୍ୟୁ ପାଇଁ, ଯାହା ଲାଲ ମାଂସ ଖାଇବା ଦ୍ୱାରା ହୋଇଥାଏ । ୧୪୦୧୯ ଜଣ ଏହି ଭୁଲ କରି ମୃତ୍ୟୁବରଣ କରିଥିଲେ । ସେଥିରେ ମହିଳାଙ୍କ ସଂଖ୍ୟା ଥିଲା ୮୪୨୬ ଏବଂ ପୁରୁଷଙ୍କ ସଂଖ୍ୟା ଥିଲା ୫୫୯୩ । ସେମାନେ କର୍କଟ ଏବଂ ହୃଦରୋଗ,ଶ୍ୱାସ ଏବଂ ମସ୍ତିଷ୍କ ସମ୍ବଦ୍ଧୀୟ ସମସ୍ୟା ଭଳି ରୋଗରେ ମୃତ୍ୟୁବରଣ କରିଥିଲେ । ତେଣୁ ରିସର୍ଚରେ ଏହା ପ୍ରମାଣିତ ହେଲାଯେ ଲାଲ ମାଂସ ମୃତ୍ୟୁ ଆଡ଼କୁ ଟାଣିନିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More