Only for Entertainment

women’s dayରେ ସଲମାନ ସଲମା-ହେଲେନଙ୍କ ସହ ଶେୟାର କଲେ ଫଟୋ !

30

ବଲିଉଡ ଅଭିନେତା ସଲମାନ ଖାନ ଆନ୍ତର୍ଜାତୀୟ ମହିଳା ଦିବସରେ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ତାଙ୍କ ମା’ ସଲମା ଖାନ ଏବଂ ହେଲେନଙ୍କ ସହ ନଜର ଆସିଛନ୍ତି । ଏହାସହ ସେ କ୍ୟାପଶନ ଲେଖଛନ୍ତି #happy women’s day । ସଲମାନ ଖାନ ନିଜ ମା’ଙ୍କ ସହ କେତେ କ୍ଲୋଜ ଏହା ସମସ୍ତଙ୍କୁ ଜଣା । ସେ ଅନେକ ଇଭେଂଟ ଏବଂ ଚାଟ ଶୋ’ରେ କହି ସାରିଛନ୍ତି ଯେ ସେ ତାଙ୍କ ମା’ଙ୍କୁ କେତେ ଭଲ ପାଆନ୍ତି । ସେ ଅନେକ ସମୟରେ ନିଜ ମା’ଙ୍କ ସହ ଫଟୋ ମଧ୍ୟ ଶେୟାର କରନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୁର୍ବେ ସଲମାନ ତାଙ୍କ ମା’ଙ୍କୁ ଲଗ୍ଜରିୟସ ରେଂଜ ରୋଭର ଗିଫ୍ଟ କରିଥିଲେ । ଏହି କାର ଖୁବ ଫ୍ୟାନ୍ସି ଏବଂ ଉଚ୍ଚ ଥିବାରୁ ତାଙ୍କ ମା’ ଏହାକୁ ବ୍ୟବହାର କରି ନଥିଲେ ।

 

View this post on Instagram

 

♥️#HappyWomensDay

A post shared by Salman Khan (@beingsalmankhan) on

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସଲମାନ ନିକଟରେ ଫିଲ୍ମ ଭାରତର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମରେ ତାଙ୍କ ବ୍ୟତୀତ କ୍ୟାଟରୀନା କୈଫ, ତବୁ, ଦିଶା ପାଟନୀ, ଜ୍ୟାକି ଶ୍ରଫ ଏବଂ ସୁନୀଲ ଗ୍ରୋବର ନଜର ଆସିବେ । ଏହି ଫିଲ୍ମ ଚଳିତ ମାସ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More