Only for Entertainment

ବିବାହକୁ ମରିବା ସହିତ ତୁଳନା କଲେ ସଲମାନ ।

31

ସଲମାନଙ୍କ ଫିଲ୍ମ ଭାରତ ରିଲିଜ ହେବା ପାଇଁ ୨୪ ଘଂଟାରୁ କମ ସମୟ ବାକି ରହିଛି । ଏହି ଫିଲ୍ମରେ ସଲମାନଙ୍କ ସହିତ କ୍ୟାଟ୍ରିନା କୈଫ ନଜର ଆସିବେ । ଫିଲ୍ମର ପୂରା ଟିମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସଲମାନ ବିବାହକୁ ନେଇ ପୁଣି ଏକ ମନ୍ତବ୍ୟ ଦେଇଛନ୍ତି । ସଲମାନଙ୍କ କହିବା ଅନୁସାରେ ବିବାହ ଉପରେ ତାଙ୍କର ଆଦୌ ବିଶ୍ୱାସ ନାହିଁ । ସେ ଏହା ମଧ୍ୟ କହିଛନ୍ତିଯେ ବିବାହ ମରିବା ସହିତ ସମାନ । ତେବେ ବିବାହକୁ ସଂସ୍ଥା ବୋଲି ଦର୍ଶାଇଛନ୍ତି ସଲମାନ ଏବଂ କହିଛନ୍ତି ଏହା ବିଲୁପ୍ତ ହେବାକୁ ଯାଉଛି । ଆଜିର ଦିନରେ ବନ୍ଧୁତା, ଭାଇ ଭାଇ ସଂପର୍କ ଏବଂ ନିଜର କରିବା ଭଳି ଗୁଣର ଆବଶ୍ୟକତା ରହିଛି ।

ଆସନ୍ତା କାଲି ଇଦ ଉପଲକ୍ଷେ ସଲମାନଙ୍କ ଫିଲ୍ମ ଭାରତ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ କ୍ୟାଟ୍ରିନା କୈଫ । ଏହା ବ୍ୟତୀତ ଫିଲ୍ମରେ ଦିଶା ପାଟନୀ, ତବୁ, ସୁନିଲ ଗ୍ରୋଭର ଏବଂ ଜ୍ୟାକି ସ୍ରଫ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More