Only for Entertainment

ଟ୍ରାଫିକ ପୋଲିସ ଉପରେ ଅଜୟଙ୍କ ଫିଲ୍ମ ପ୍ରଯୋଜକଙ୍କ ମରଣାନ୍ତକ ଆକ୍ରମଣ ।

bollywoodtadka
33

ବଲିଉଡ ଆକ୍ଟର ଅଜୟ ଦେବଗନଙ୍କ ଫିଲ୍ମ ‘ ସନ ଅଫ ସର୍ଦ୍ଦାର’ର ପ୍ରଯୋଜକ ଏନ ଆର ପଚିସିୟାଙ୍କୁ ନିକଟରେ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ପ୍ରଯୋଜକଙ୍କ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ ହୋଇଛି । ମୁମ୍ବାଇ ଟ୍ରାଫିକ ପୋଲିସର ଜଣେ ଅଫିସର ଡ୍ରାଇଭର ଉପରେ ମରଣାନ୍ତମ ଆକ୍ରମଣର ଅଭିଯୋଗ ଆଣିଛନ୍ତି । ଏହା ବ୍ୟତୀତ କାର ଡ୍ରାଇଭର ନିୟମ ଭାଙ୍ଗି ଟ୍ରାଫିକ ପୋଲିସର ଅଫିସରଙ୍କ ଉପରେ ଗାଡ଼ି ଚଢାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଯେତେବେଳେ ଯାଂଚ କରାଗଲା ଜଚ୍ଚାପଡ଼ିଲା ଏନ ଆର ଏହି ବିଏମଡବ୍ଲ୍ୟୁ ଗାଡ଼ିର ମାଲିକ ।

ଖବର ଅନୁସାରେ ପୋଲିସ ଅଫିସର ଏଫଆଇଆର ଦେଇଛନ୍ତି, କିନ୍ତୁ ସେଥିରେ ପ୍ରଯୋଜକଙ୍କ ନାମ ସାମିଲ ନାହିଁ । ଟ୍ରାଫିକ ପୋଲିସ ଅଧିକାରୀ ସଂଜୟ ଶାହଙ୍କ କହିବା ଅନୁସାରେ ଏହି ଘଟଣା ୩୦ ମଇର । ଘଟଣା ପ୍ରାୟ ସକାଳ ୯ଟାର । କାରକୁ ଅଟଳାଇବାରୁ ଗାଡ଼ିର ବେଗ ଯଥେଷ୍ଟ ବଢାଇଦେଇ ଡ୍ରାଇଭର ସେଠାରୁ ଖସି ଚାଲିଗଲା ।
ଅଧିକାରୀଙ୍କ କହିବା ଅନୁସାରେ ସେ ମରୁ ମରୁ ବଂଚିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More