Only for Entertainment

ଦବଙ୍ଗ -ଥ୍ରୀ ସୁଟିଂ ସେଟରେ ରାଗିଲେ ସଲମାନ, ସୁଟିଂ ଭିଡିଓ ଲିକ୍ ହେବାକୁ ନେଇ ଡାକିଲେ ବୈଠକ !

87

ସୁଟିଂ ସେଟରେ ରାଗିଲେ ଦବଙ୍ଗ ଖାନ୍ ସଲମାନ୍ । ସଲମାନ୍ ଖାନ୍ ଏବେ ନିଜ ଆଗାମୀ ଫିଲ୍ମ ‘ଦବଙ୍ଗ- ଥ୍ରୀ’ର ସୁଟିଂରେ ଅଛନ୍ତି ବ୍ୟସ୍ତ । ସୁଟିଂ ସେଟରୁ ଯେପରି କୌଣସି ବି ସିନ୍ ଲିକ୍ ନହୁଏ ସଲମାନ୍ ସେଥିପାଇଁ ସେଟରେ ମୋବାଇଲ୍ ଫୋନ୍ ବ୍ୟାନ୍ କରିଛନ୍ତି । କ୍ରୁ ମେମ୍ବର୍ ମାନେ ସେଟରେ ଏଂଟ୍ରି କରିବା ଆଗରୁ ନିଜ ଫୋନ୍ ବାହାରେ ରଖି ପ୍ରବେଶ କରିବେ ବୋଲି ସଲମାନ ନିୟମ କରିଛନ୍ତି ନିଜ ସୁଟିଂ ଲୋକେସନରେ । ଏହାରି ଭିତରେ ବି ସୁଟିଂ ସମୟରେ ବାହାରୁ କିଛି ଲୋକ ଫଟୋ ଉଠାଉଥିବା ଦେଖି ରାଗି ଯାଇଥିଲେ ସଲମାନ୍ ।

ତୁରନ୍ତ ବୈଠକ ଡାକି ସୁଟିଂ ଲୋକେସନରେ ବାଉଣ୍ଡ୍ରି ଆହୁରି ଉଚ୍ଚା କରିବା ପାଇଁ ନିଜ ପ୍ରଡକ୍ସନ୍ ସଂସ୍ଥାକୁ ତାଗିଦ୍ କରିଛନ୍ତି ଭାଇଜାନ୍ । ଦବଙ୍ଗ ଥ୍ରୀ ଚଳିତ ଖ୍ରୀଷ୍ଟମାସ୍ ଅବସରରେ ମୁକ୍ତିଲାଭ କରିବାକୁ ଥିବାବେଳେ, ଥିରେ ସୋନାକ୍ଷୀ ସିହ୍ନା ଅରବାଜ୍ ଖାନ୍ ଆଦି ଷ୍ଟାରଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More