Only for Entertainment

‘ବାହୁବଳୀ ୨’କୁ ପଛରେ ପକାଇ ସଲମାନ ହେଇପାରନ୍ତି ‘ମହାବାହୁବଳୀ’

zeenews
0 52

ବଲିଉଡ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ରିଲିଜ ହେବାର ଏକ ସପ୍ତାହ ହୋଇନାହିଁ । କିନ୍ତୁ ଏହି ଫିଲ୍ମ ମାତ୍ର ୫ ଦିନରେ ପ୍ରାୟ ୧୭୩.୦୭ କୋଟି ଆୟ କରିସାରିଲାଣି । ପ୍ରଥମ ଦିନରୁ ହିଁ ସଲମାନ ଓ କ୍ୟାଟ୍ରିନାଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହି ୫ ଦିନ ମଧ୍ୟରେ ‘ଟାଇଗର ଜିନ୍ଦା ହୈ’ ବକ୍ସ ଅଫିସର ଅନେକ ରେକର୍ଡ ନିଜ ନାମରେ କରିପାରିଛି ।

ବର୍ତ୍ତମାନ ସଲମାନଙ୍କର ଏହି ଫିଲ୍ମ ଆଉ ଏକ ରେକର୍ଡ ଭାଙ୍ଗି ପାରିବେ ବୋଲି ଆଶା କରାଯାଉଛି । ଯହା କୌଣସି ଫିଲ୍ମ କରିବାରେ ସଫଳ ହୋଇନାହିଁ । ଆଜ୍ଞା ହଁ ! ସଲମାନଙ୍କ ପାଇଁ ଆଜିର ଦିନ କାଫି ଖାସ ରହିବ କାରଣ ଆଜି ବୁଧବାର ବକ୍ସ ଅଫିସ କଲେକସନ ପ୍ରକାଶ ପାଇବ । ଯଦି ‘ଟାଇଗର ଜିନ୍ଦା ହୈ’ ବୁଧବାର ଅର୍ଥାତ ଫିଲ୍ମ ରିଲିଜ ହେବାର ଷଷ୍ଠ ଦିନରେ ୨୦୦ କୋଟି ଆୟ କରିବାରେ ସଫଳ ହୋଇପାରିବ ତେବେ ଏହି ମାମଲାରେ ଫିଲ୍ମ ‘ବାହୁବଳୀ ୨’ କୁ ପଛରେ ପକାଇ ବକ୍ସ ଅଫିସର ସବୁଠାରୁ ବଡ ରେକର୍ଡ ନିଜ ନାମରେ କରିପାରିବ ।

କହିରଖୁଛୁ ଯେ ‘ଟାଇଗର ଜିନ୍ଦା ହୈ’ ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ଏକ ଥା ଟାଇଗର’ର ସିକ୍ୱଲ । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଆବାସ ଜଫର । ଏହି ଫିଲ୍ମରେ ସଲମାନ ଓ କ୍ୟାଟ୍ରିନାଙ୍କୁ ଜବରଦସ୍ତ ଆକ୍ସନ ଦୃଶ୍ୟରେ ଦେଖିବାକୁ ମିଳିଛି । ଏହାସହ ଫିଲ୍ମର ଲୋକେସନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫିଲ୍ମକୁ ମେରକ୍କୋ ଓ ଗ୍ରୀସ ପରି ସୁନ୍ଦର ସ୍ଥାନରେ ସୁଟିଂ କରାଯାଇଛି । ବଡ ପରଦାରେ ସୁନ୍ଦର ଲୋକେସନ ମଧ୍ୟରେ ସଲମାନ ଓ କ୍ୟାଟ୍ରିନାଙ୍କ ଆକ୍ସନ ସହିତ ରୋମାଂସ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More