Only for Entertainment

ଦବଙ୍ଗ ଥ୍ରି’ର ଟ୍ରେଲରର ନିଶା ଛାଡ଼ିନଥିବା ବେଳେ ଏବେ ଫ୍ୟାନ୍ସଙ୍କୁ ଆଉ ଏକ ଉପହାର ଦେଲେ ଦବଙ୍ଗ ଖାନ୍

hindirush
62

ସଲମାନଙ୍କ ଫିଲ୍ମ ଦବଙ୍ଗ ଥ୍ରି’ର ଟ୍ରେଲରର ନିଶା ଫ୍ୟାନ୍ସଙ୍କ ଉପରୁ ଯାଇନଥିବା ବେଳେ ଆଉ ଏକ ଉପହାର ପହଂଚି ଯାଇଛି । ଏହି ମଧ୍ୟରେ ଆରମ୍ଭ ହୋଇ ସାରିଛି ଫିଲ୍ମ ରାଧେର ସୁଟିଂ । ଯାହା ଇଦ ଉପଲକ୍ଷେ ରିଲିଜ ହେବାକୁ ଯାଉଛି । ପ୍ରଥମେ ଇଦ ଉପଲକ୍ଷେ ସଲମାନ ଏବଂ ସଂଜୟ ଲୀଲା ଭଂସାଲୀଙ୍କ ଇଂଶାଲ୍ଲାହ ରିଲିଜ ହୋଇଥାନ୍ତା । ଯେଉଁଥିରେ ସଲମାନଙ୍କ ଅପୋଜିଟରେ ଆଲିୟାଙ୍କୁ ଦେଖିବାକୁ ମିଳିଥାନ୍ତା । କିନ୍ତୁ ସଲମାନ ଏବଂ ସଂଜୟଙ୍କ ମଧ୍ୟରେ କୌଣସି କାରଣରୁ ମନମାଳିନ୍ୟ ହୋଇ ଫିଲ୍ମର ସୁଟିଂ ବନ୍ଦ ହୋଇଗଲା । ଏବେ ଇଦ ଉପଲକ୍ଷେ ସିନେମାଘରେ ସଲମାନଙ୍କ ରାଧେ ଏବଂ ମୋଷ୍ଟ ୱାଂଟେଡ ଦେଖିବେ ଦର୍ଶକ ।

 

କହିରଖୁଛୁ ଏହା ପୂର୍ବରୁ ଫିଲ୍ମ ଭାରତରେ ସଲମାନଙ୍କ ସହିତ ଜ୍ୟାକି ସ୍ରଫ ନଜର ଆସିଥିବା ବେଳେ ଏବେ ପୁଣିଥରେ ଫିଲ୍ମ ରାଧେରେ ସଲମାନଙ୍କ ସହିତ ସ୍କ୍ରିନ ଶେୟାର କରିବେ । ଫିଲ୍ମର ନିର୍ଦ୍ଦେଶକ ପ୍ରଭୁ ଦେବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More