Only for Entertainment

ଭାଇଜାନଙ୍କୁ ପସନ୍ଦ ନୁହେଁ ଫିଲ୍ମରେ ଏହି ତିନୋଟି ଜିନିଷ !

MovieNews360
0 39

ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ରେସ-୩’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ସଲମାନ ଖାନ କହିଛନ୍ତି ତାଙ୍କୁ ଫିଲ୍ମରେ ଅଧିକ ଡ୍ରାମା, ରୋମାଞ୍ଚ ଏବଂ ରହସ୍ୟ ପସନ୍ଦ ନୁହେଁ ।

କେବଳ ଏତିକି ନୁହେଁ ସଲମାନ ଆଗକୁ ମଧ୍ୟ କହିଥିଲେ ଯଦି ଏହି ତିନୋଟି ଜିନିଷକୁ ମନରେ ରଖି ‘ରେସ-୩’ ଫିଲ୍ମ ଦେଖିବାକୁ ଯିବେ ତାହେଲେ ନିଶ୍ଚିତ ନିରାଶ ହେବେ । କାରଣ ଫିଲ୍ମରେ ଆପଣଙ୍କୁ ଏହି ତିନୋଟି ଜିନିଷ ଦେଖିବାକୁ ମିଳିବ ନାହିଁ । ଏହା ସହିତ ସେ କହିଥିଲେ ‘ଯେଉଁ ପର୍ଯ୍ୟନ୍ତ ଫିଲ୍ମରେ ରୋମାନ୍ସ ଏବଂ ଇମୋଶନ ନାହିଁ ସେ ପର୍ଯ୍ୟନ୍ତ ଫିଲ୍ମ ଆକ୍ସନର କୌଣସି ଅର୍ଥ ନାହିଁ । ଏପରି କରିବା ଦ୍ୱାରା ଫିଲ୍ମର ଆତ୍ମା ହଜିଯାଇଥାଏ । ସେଥିପାଇଁ ମୋତେ ଏହି ତିନୋଟି ଜିନିଷ ପସନ୍ଦ ନୁହେଁ ଏବଂ ମୋ ଫିଲ୍ମରେ ତାହା ଦେଖିବାକୁ ମିଳିବ ନାହିଁ ।’

ଏହା ସହିତ ସଲମାନ ଫିଲ୍ମ ‘ରେସ-୩’କୁ ମ୍ୟୁଜିକାଲ ଆକ୍ସନ ଫିଲ୍ମ ବୋଲି କହିଛନ୍ତି । ଫିଲ୍ମ ରେସ-୩ରେ ଅଧିକ ରହସ୍ୟ ନ ରଖିବାର କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି ଫିଲ୍ମରେ ଅଧିକ ରହସ୍ୟ ରଖିବା ଫଳରେ ସମସ୍ତେ ଅନୁମାନ କରିବାରେ ଲାଗିପଡନ୍ତି । କିଛି ସମୟ ପରେ ଏହା ଲୋକଙ୍କୁ ବିରକ୍ତ କରିଦେଇଥାଏ । ସେଥିପାଇଁ ଫିଲ୍ମ ‘ରେସ-୩’ରେ ସନ୍ତୁଳନ ରକ୍ଷା କରାଯାଇ ନିର୍ମାଣ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More