Only for Entertainment

‘ଦବଙ୍ଗ ୩’ର ସେଟରୁ ସାମ୍ନାକୁ ଆସିଲା ସଲମାନ ଖାନଙ୍କ ପ୍ରଥମ ଫଟୋ, ଏହି ଅନ୍ଦାଜରେ ନଜର ଆସିଲେ ଚୁଲବୁଲ ପାଣ୍ଡେ

insta pic of salman khan
29

ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂ ଆଜି ଠାରୁ ଆରମ୍ଭ ହୋଇଛି । ଇନ୍ଦୋରର ମହେଶ୍ୱରରେ ଫିଲ୍ମର ସୁଟିଂରେ ପୁରା ଟିମ ଲାଗିପଡିଛନ୍ତି । ଫିଲ୍ମର ସୁଟିଂ ପାଇଁ ସଲମାନ ଖାନ ଏବଂ ଅରବାଜ ଖାନଙ୍କ ସହିତ ପୂରା ଟିମ ରବିବାର ସଂନ୍ଧ୍ୟାରେ ଇନ୍ଦୋର ପହଁଚିଛନ୍ତି । ଏହାର ସୂଚନା ଖୋଦ ସଲମାନ ଖାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ଦେଇଥିଲେ ।

 

 

View this post on Instagram

 

Day1…. #dabangg3 @arbaazkhanofficial @prabhudheva @nikhildwivedi25

A post shared by Salman Khan (@beingsalmankhan) on

ଏହା ପରେ ଫିଲ୍ମର ସୁଟିଂ ସେଟରୁ ସଲମାନ ଖାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସଲମାନ ଖାନଙ୍କ ଦବଙ୍ଗ ଲୁକ ଦେଖିବାକୁ ମିଳିଛି । ଫଟୋରେ ସଲମାନଙ୍କ ବ୍ୟାକ ନଜର ଆସୁଥିବା ବେଳେ ତାଙ୍କ ସାମ୍ନାରେ ପ୍ରଭୂଦେବା ଠିଆ ହୋଇଥିବା ଦେଖିବାକୁ ମିଳିଛି ।

କହିରଖୁଛୁ ଯେ, ଫିଲ୍ମର ସୁଟିଂ ଗତ ବର୍ଷ ଆରମ୍ଭ ଦେବାର ଥିଲା ମାତ୍ର ଫିଲ୍ମ ‘ଭାରତ’ ପାଇଁ ଏହାର ସୁଟିଂ ଡେଟକୁ ଆଗକୁ ବଢାଇ ଦିଆଯାଇଥିଲା । ଦବଙ୍ଗ-୩ର ନିର୍ଦ୍ଦେଶନା ପ୍ରସିଦ୍ଧ କେରିଓଗ୍ରାଫର ପ୍ରଭୂଦେବା କରୁଛନ୍ତି । ଫିଲ୍ମରେ ସଲମାନଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ । ଫିଲ୍ମ ଚଳିତବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More