Only for Entertainment

ଆଜିଠାରୁ ଆରମ୍ଭ ହେବ କପିଲ ଶର୍ମାଙ୍କ ଶୋ,ସଲମାନଙ୍କ ଟ୍ୱିଟ ।

18

ବହୁ ଦିନର ଅପେକ୍ଷା ପରେ ପୁଣିଥରେ ପରଦାକୁ ଫେରୁଛନ୍ତି କପିଲ ଶର୍ମା । ଶୋ’ର ପୂର୍ବ ସିଜିନ କପିଲ ଏବଂ ସୁନିଲ ଗ୍ରୋଭରଙ୍କ ଝଗଡ଼ା କାରଣରୁ ଶୋ କିଛି ଦିନ ଚାଲିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କପିଲଙ୍କ ଶରୀର ଅସୁସ୍ଥ ହେବାରୁ ଶୋ’କୁ ନିର୍ମାତା ବନ୍ଦ କରିଦେଲେ । ଏହାପରେ ପୁଣିଥରେ ଶୋ’କୁ ଭିନ୍ନ ଭାବରେ ଆରମ୍ଭ କରାଗଲା କିନ୍ତୁ ସେଥିରେ ଦର୍ଶକ ଏତେ ମଜା ଉଠାଇ ପାରିଲେ ନାହିଁ । ଏହି କାରଣରୁ ପୁଣିଥରେ ଶୋ ବନ୍ଦ କରାଗଲା । ତେବେ ବହୁଦିନ ଡିପ୍ରେସନ ମଧ୍ୟରେ ରହିବା ପରେ ପୁଣିଥରେ ପରଦାକୁ ଫେରୁଛନ୍ତି ସୁନିଲ । ତେବେ ଆଜି ରାତି ୯ଟା ୩୦ରେ ଏହି ଶୋ ଟେଲିକାଷ୍ଟ ହେବ ।

 

ସଲମାନ ତାଙ୍କ ଟ୍ୱିଟର ଆକାଉଂଟରେ ଏହି ବିଷୟରେ ସୂଚନା ଦେଇଛନ୍ତି । ଯାହା ଆଜି ରାତି ୯ଟା ୩୦ରେ ସୋନି ଟିଭିରେ ପ୍ରସାରଣ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More