Only for Entertainment

ଶେଷରେ ରାଜନୀତିରେ ପ୍ରବେଶ କରିବା ନେଇ ମୁହଁ ଖୋଲିଲେ ସପ୍‌ନା ଚୌଧୁରୀ, ପ୍ରଶଂସକଙ୍କୁ କଲେ ନିରାଶ

dailyhunt
0 36

 

କିଛି ଦିନ ତଳେ ଭାରତର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ସପ୍‌ନା ଚୌଧୁରୀ ସୋନିଆ ଗାନ୍ଧିଙ୍କୁ ଦେଖା କରିବା ପାଇଁ ତାଙ୍କ ଅଫିସରେ ଯାଇ ପହଞ୍ଚିଥିଲେ । କୌଣସି ଅସୁବିଧା ପାଇଁ ସପ୍‌ନା ସୋନିଆ ଗାନ୍ଧିଙ୍କୁ ଦେଖା କରି ପାରି ନ ଥିଲେ । କିନ୍ତୁ ପରେ ସପ୍‌ନାଙ୍କୁ କଂଗ୍ରେସ ଭବନ ଯିବା ଭାରୀ ପଡ଼ିଥିଲା । ସେ କଂଗ୍ରେସ ଦଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ସମସ୍ତେ କହିବା ସହ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ଏମିତି କି ବିରୋଧୀ ଦଳର ନେତାମାନେ ତାଙ୍କ ପେସାକୁ ନେଇ ମଧ୍ୟ ତାଙ୍କୁ ସମାଲୋଚନା କରିଥିଲେ । ଏତେ ସବୁ ସମାଲୋଚନା ପରେ ମୁହଁ ଖୋଲିଛନ୍ତି ସପ୍‌ନା ।

 

କଂଗ୍ରେସ ଭବନ ଯିବା ପଛର ପ୍ରକୃତ କାରଣ ସେ ସମସ୍ତଙ୍କୁ କହିବା ସହ ସମାଲୋଚକମାନଙ୍କୁ ଚୁପ୍‌ କରାଇଛନ୍ତି । “ମୁଁ କୌଣସି ଦଳରେ ସାମିଲ ହେବା ପାଇଁ କେବେ ଚାହିଁ ନାହିଁ । କଂଗ୍ରେସ ଦଳ ମୋର ପସନ୍ଦର ଦଳ ହୋଇଥିବାରୁ ମୁଁ ଆଗାମୀ ନିର୍ବାଚନରେ ତାଙ୍କ ପାଇଁ କେବଳ ପ୍ରଚାର କରିବା ପାଇଁ ଚାହୁଁଛି । ଏହା ପଛରେ ଆଉ କୌଣସି ଲକ୍ଷ୍ୟ ନାହିଁ । ମୁଁ ମୋ କାମକୁ ଏବଂ ଲୋକମାନଙ୍କ ମନୋରଞ୍ଜନ କରିବା ପାଇଁ ବହୁତ ଭଲ ପାଏ, ଯାହାକୁ ମୁଁ କେବେ ଛାଡ଼ିବି ନାହିଁ ।

ଯଦି କେବେ ରାଜନୀତିରେ ପ୍ରବେଶ କରିବି ତେବେ ସମସ୍ତଙ୍କୁ ଜଣାଇ ପ୍ରବେଶ କରିବି” ବୋଲି କହିଛନ୍ତି ସପ୍‌ନା ଚୌଧୁରୀ । ଅନ୍ୟ ପକ୍ଷରେ ବିଜେପି ସାଂସଦ ଅଶ୍ୱିନୀ ଚୋପ୍ରା ସପ୍‌ନାଙ୍କୁ ଠୁମ୍‌କେଓ୍ଵାଲି କହିବା ମନ୍ତବ୍ୟ ଉପରେ ନିଜ ମତ ରଖିଥିଲେ ସପ୍‌ନା । “ଯାହା ବିଜେପି ସାଂସଦ ଅଶ୍ୱିନୀ ଚୋପ୍ରା କହିଲେ ତାହା ତାଙ୍କର କୁତ୍ସିତ ମାନସିକତାକୁ ପଦାରେ ପକାଇଛି । ମୁଁ ମୋ ପେସାକୁ ନେଇ ଖୁସୀ ।

ଯେହେତୁ ସେ ମୋ ଠାରୁ ବଡ଼ ମୁଁ ତାଙ୍କୁ କ୍ଷମା ମାଗିବା ପାଇଁ କହିବିନି।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More