ସାରା ଅଲ୍ଲୀ ଖାନ ସେୟାର କଲେ ପୁରୁଣା ଫଟୋ, କାର୍ତ୍ତିକ ଆରନ୍ୟ କମେଣ୍ଟ କରି ଉଡାଇଲେ ମଜାକ !
ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜର ଏକ ପୁରୁଣା ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । କିଛି ଘଣ୍ଟା ମଧ୍ୟରେ ସାରାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଛାଇ ଯାଇଛି । ସାରା ଏବେ ନିଜର ଆଗାମୀ ଫିଲ୍ମର କୋ-ଷ୍ଟାର କାର୍ତ୍ତିକ ଆର୍ୟନଙ୍କ ସହିତ ଲିଙ୍କ ଅପକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ସାରାଙ୍କ ଏହି ଫଟୋରେ କାର୍ତ୍ତିକ ଆର୍ୟନଙ୍କ କମେଣ୍ଟ ଚର୍ଚ୍ଚାର କାରଣ ପାଲଟିଛି ।
ଅସଲରେ କିଛି ସମୟ ପୂର୍ବରୁ ସାରା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ମା’ ଅମୃତା ସିଂ ସହିତ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସାରା ନିଜର ମଜାକ ମଧ୍ୟ ଉଡାଇଥିବା ଦେଖିବାକୁ ମିଳିଛି । ଏହି ପୁରୁଣା ଫଟୋରେ ସେ ଖୁବ ମୋଟା ଥିବା ଦେଖିବାକୁ ମିଳିଛି ।
ସାରା ଫଟୋ ସେୟାର କରିବା ପରେ ଏହି ପୋଷ୍ଟରେ ପ୍ରଥମ କମେଣ୍ଟ କାର୍ତ୍ତିକ ଆର୍ୟନ କରିଥିଲେ । ଫଟୋ ସେୟାର କରି କାର୍ତ୍ତିକ ଲେଖିଥଲେ, ‘ଏହି ଝିଅ ସାରା ଅଲ୍ଲୀ ଖାନଙ୍କ ପରି ଦେଖାଯାଉଛି ।’