Only for Entertainment

ଭିଡିଓ: ଟ୍ରେନରଙ୍କ ସହ ୱାର୍କଆଉଟ କରୁଥିବାର ନଜର ଆସିଲେ ସାରା ଅଲୀ ଖାନ

52

ଫିଲ୍ମ ଅଭିନେତ୍ରୀ ସାରା ଅଲୀ ଖାନ ନିଜ ଅଭିନୟ ବ୍ୟତୀତ ନିଜ ଫିଟନେସ ପାଇଁ ବେଶ୍ ପରିଚିତ । ଫିଲ୍ମ ଦୁନିଆରେ ଆସିବା ଦିନରୁ ସେ ୱାର୍କଆଉଟର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତି । ଏହାସହ ଅନେକ ସମୟରେ ଜିମ ବାହାରେ ସ୍ପଟ ମଧ୍ୟ ହୋଇଥାଆନ୍ତି । ଅଭିନେତ୍ରୀ ପୁଣି ଥରେ ୱାର୍କଆଉଟ ଭିଡିଓ ଶେୟାର କରିଛନ୍ତି ।

ସାରା ଅଲୀ ଖାନ ନିଜ ଇନଷ୍ଟାଗ୍ରାମରେ ନିଜ ଟ୍ରେନର ନମ୍ରତା ପୁରୋହିତଙ୍କ ସହ ୱାର୍କଆଉଟ କରୁଥିବାର ଭିଡିଓ ଶେୟାର କରିଛନ୍ତି । ଏହାସହ ଲେଖିଛନ୍ତି ଯେ ‘ନିଜ ଶରୀରର ଧ୍ୟାନ ରଖିବା ଉଚିତ । ଏହା ଆପଣଙ୍କୁ ବଂଚାଇ ରଖେ । ମୋତେ ନିଜ ଶରୀରକୁ ଭଲ ପାଇବା ଶିଖାଇଥିବାରୁ ନମ୍ରତାଙ୍କୁ ଧନ୍ୟବାଦ ।’

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସାରା ଅଲୀ ଖାନ ଏବେ ଇମତିଆଜ ଅଲୀଙ୍କ ଫିଲ୍ମ ‘ଆଜକଲ’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ କାର୍ତ୍ତିକ ଆର୍ୟନ ମଧ୍ୟ ନଜର ଆସିବେ । ସେହିଭଳି ବରୁଣ ଧୱନଙ୍କ ସହ ‘କୁଲି ନମ୍ବର୧’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More