Only for Entertainment

ବକ୍ସଅଫିସରେ ଦୀପିକାଙ୍କ ଫିଲ୍ମ ‘ଛପାକ’କୁ ଅଜୟ ଦେବଗନଙ୍କ ‘ତାନ୍ହାଜୀ’ଫିଲ୍ମର କଡା ଟକ୍କର ।

44

ଅଜୟ ଦେବଗନ, ସୈଫ ଅଲୀ ଖାନ ଏବଂ କାଜୋଲ ଷ୍ଟାର ଫିଲ୍ମ ‘ତାନ୍ହାଜୀ: ଦ ଅନସଙ୍ଗ ୱାରିଅର’ରିଲିଜ ହୋଇସାରିଛି । ବକ୍ସଅଫିସରେ ଏହି ଫିଲ୍ମ ଦୀପିକା ପାଦୁକୋଣ ଷ୍ଟାରର ‘ଛପାକ’କୁ ଟକ୍କର ଦେଇଛି ।

ଦୁଇଟି ଯାକ ଫିଲ୍ମକୁ ନେଇ କଡା ଟକ୍କର ହେବାରେ ଲାଗିଛି । ସେହିଭଳି ଛପାକ’କୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଏହାର କାରଣ ହେଉଛନ୍ତି ଦୀପିକା, ଯିଏ କି ନିକଟରେ ଜେଏନୟୁ ପହଂଚି ଛାତ୍ରଛାତ୍ରୀଙ୍କୁ ଭେଟ କରିଥିଲେ ଏବଂ ନିଜ ସମର୍ଥନ ଜାହିର କରିଥିଲେ ।

ନିର୍ଦ୍ଦେଶକ ମେଘନା ଗୁଲଜରଙ୍କ ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ଏବଂ ବିବାଦ ଜାରି ରହିଥିବା ବେଳେ ଫିଲ୍ମକୁ ଦିଲ୍ଲୀ ଏବଂ ବାଙ୍ଗାଲୁରୁରେ ୧୫ରୁ ୨୦ପ୍ରତିଶତର ଓପନିଂ ମିଳିଛି । ବକ୍ସଅଫିସ ଭାରତ ରିପୋର୍ଟ ମୁତାବକ ‘ଛପାକ’ ଏବଂ ତାନ୍ହାଜୀ’ମଧ୍ୟ କଡା ଟକ୍କର ଚାଲିଛି ।

ଅଜୟ ଏବଂ କାଜୋଲଙ୍କ ଫିଲ୍ମକୁ ସକାଳ ଶୋ’ରେ ୨୦ରୁ ୨୫ପ୍ରତିଶତ ଦଖଲ ମିଳିଛି । ଫିଲ୍ମ ମହାରାଷ୍ଟ୍ରରେ ଭଲ ଚାଲିଥିବା ବେଳେ ଦେଶର ଅନ୍ୟ ଭାଗରେ ମିଳାମିଶା ପ୍ରତିକ୍ରିୟା ମିଳିଛିା ରିପୋର୍ଟ ମୁତାବକ ଫିମେଲ ଲିଡ ଫିଲ୍ମ  ‘ଛପାକ’କୁ ଠିକ୍ ଠାକ ପ୍ରତିକ୍ରିୟା ମିଳିଛି ଏବଂ ଏହାର ଟାର୍ଗେଟ ରଙ୍କକ୍ସକ୍ଟ ଏବଂ ମଣିକର୍ଣ୍ଣିକା’ଭଳି ଫିଲ୍ମ କୁ ପଛରେ ପକାଇବା ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More