Only for Entertainment

ଟ୍ରାଡିଶନାଲ ଲୁକରେ ଶାଢୀ ପିନ୍ଧିବାକୁ ପସନ୍ଦ କରନ୍ତି ଜ୍ୟାକଲିନ ଫର୍ଣ୍ଣାଡିଜ ।

bollywood tadka
0 49

ବଲିଉଡରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଆଗାମୀ ଦିନରେ ଫିଲ୍ମ ରେସ ଥ୍ରିରେ ନଜର ଆସିବେ । ସେ ଏବେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏକ ମିଡିଆରେ ଇଂଟରଭ୍ୟୁ ଦେଉଥିବା ସମୟରେ ଜ୍ୟାକଲିନ କହିଛନ୍ତିଯେ ଟ୍ରାଡିଶନାଲ ଲୁକ କହିଲେ ତାଙ୍କୁ ଶାଢୀ ପିନ୍ଧିବାକୁ ଖୁବ ଭଲ ଲାଗେ । ସେ ତାଙ୍କ ଫ୍ୟାଶନ ଷ୍ଟାଇଲ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାନ୍ତି ।

ଜ୍ୟାକଲିନ ସବୁବେଳେ ଶାଢୀ ପିନ୍ଧିବା ପାଇଁ ମୌକା ଖୋଜନ୍ତି । ତାଙ୍କ କହିବା ଅନୁସାରେ ଶାଢୀ ସବୁଠାରୁ ସୁନ୍ଦର ଆଉଟଫିଟ ମଧ୍ୟରୁ ଗୋଟିଏ । ତେଣୁ କେତେକ ଖାସ ଇଭେଂଟରେ ଜ୍ୟାକଲିନଙ୍କୁ ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଥାଏ ।

ଜ୍ୟାକଲିନ ତାଙ୍କ ସୁନ୍ଦର ଷ୍ଟାଇଲରେ ସମସ୍ତଙ୍କ ହୃଦୟକୁ ଜିତି ପାରିଛନ୍ତି । ସେ ବିଭିନ୍ନ ସମୟରେ ଇଂଷ୍ଟାଗ୍ରାମରେ ତାଙ୍କ ଫଟୋ ମଧ୍ୟ ସେୟାର କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More