Only for Entertainment

ଦୁଷ୍କର୍ମ ବଦଳରେ ରୁଟି ଦେଉଛି ବଲିଉଡ , କାଷ୍ଟିଂ କାଉଚକୁ ନେଇ ସରୋଜଙ୍କ ବିବାଦୀୟ ବୟାନ!

indianexpress
0 56

ବିବାଦରେ ବଲିଉଡ ପ୍ରଖ୍ୟାତ କୋରିଓଗ୍ରାଫର୍ ସରୋଜ୍ ଖାନ୍ । ନିକଟରେ ସରୋଜ୍ ଖାନ୍ କାଷ୍ଟିଂ କାଉଚ୍କୁ ନେଇ ଦେଇଛନ୍ତି ଏକ ଭିନ୍ନ ମନ୍ତବ୍ୟ । ସରୋଜ୍ କହିଛନ୍ତି କାଷ୍ଟିଂ କାଉଚ୍ କାରଣରୁ ଅନେକଙ୍କୁ ମିଳିଛି ରୋଜି ରୋଟି । ସରୋଜ ଏହା ମଧ୍ୟ କହିଛନ୍ତି ସବୁ ଫିଲ୍ଡରେ ହୋଇଥାଏ ନାରୀଙ୍କ ଉପରେ ଅତ୍ୟାଚାର । କେବଳ ଫିଲ୍ମ ଇଣ୍ଡଷ୍ଟ୍ରୀ ନୁହେଁ ସରକାରୀ କାର୍ଯ୍ୟାଳାୟରେ ବି ନାରୀଙ୍କୁ କରାଯାଏ ଶୋଷଣ ।

ସରୋଜ ଖାନ ଏକ ସାକ୍ଷାତକାରରେ ଏଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି କାଷ୍ଟିଂ କାଉଚ ଏକ ନୁଆ କଥା ନୁହେଁ । ଏହା ବାବା ଆଦମଙ୍କ ଯୁଗରେ ଚାଲି ଆସିଛି ବୋଲି କୋରିଓଗ୍ରାଫର ସରୋଜ ଖାନ କହିଛନ୍ତି । ସମସ୍ତ ଝିଅଙ୍କ ଉପରେ କେହି ନା କେହି କୌଣସି କାରଣରୁ ଖରାପ ଦୃଷ୍ଟି ପକାଇ ଥାଆନ୍ତି ।

ସରକାରୀ କର୍ମଚାରୀ ବିଭାଗରେ ମଧ୍ୟ ଏଭଳି ହେଉଛି ମାତ୍ର ସମସ୍ତେ ଫିଲ୍ମ ଜଗତ ପଛରେ କାହିଁକି ଲାଗି ପଡିଛନ୍ତି ବୋଲି ସରୋଜ ଏକ ବିବାଦୀୟ ବୟାନ ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ସବୁ ଝିଅଙ୍କ ଉପରେ ନିର୍ଭର କରେ । ଯଦି ଜଣକ ମଧ୍ୟରେ କଳା ଭରପୂର ରହିଛି ସେ ନିଜକୁ ବିକିବାକୁ କାହିଁକି ଯିବ? ଫିଲ୍ମ ଜଗତ ବିଷୟରେ କିଛି କହିବା ପାଇଁ ସରୋଜ ମନା କରିଛନ୍ତି ଏବଂ କହିଛନ୍ତି ଏହି ଜଗତ ଆମର ମା-ବାପା ଅଟେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କାଷ୍ଟିଂ କାଉଚ ଭଳି ବିବାଦ ପଛରେ କେବଳ ଗୋଟେ ଝିଅର ହାତ ଥାଏ । ଏହା ଗୋଟିଏ ଝିଅ ଉପରେ ନିର୍ଭର କରେ । ଗୋଟେ ଝିଅର ବିନା ଅନୁମତିରେ ଏଭଳି ହୁଏ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More