Only for Entertainment

ରିଲିଜ ହେଲା ଫିଲ୍ମ ‘ଜିରୋ’ର ପ୍ରମୋ !

youtube
33

ଶାହରୁଖ ଖାନଙ୍କ ଫିଲ୍ମ ଜିରୋ’କୁ ଦର୍ଶକ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି । ଦର୍ଶକ ଏହି ଫିଲ୍ମର ଟ୍ରେଲର ଦେଖି କହିଥିଲେ ଯେ ଏହି ଫିଲ୍ମ ନିଶ୍ଚୟ ହିଟ ହେବ । ଏବେ ଫିଲ୍ମର ନୂଆ ପ୍ରମୋ ରିଲିଜ ହୋଇଛି । ଏଥିରେ ଶାହାରୁଖଙ୍କ ଡାଏଲଗ ବ୍ୟାକ୍ ଗ୍ରାଉଣ୍ଡରେ ଶୁଣିବାକୁ ମିଳିଛି ।
୫୨ସେକେଣ୍ଡର ଏହି ପ୍ରମୋରେ ଶାହରୁଖ ଛାଇ ରହିଛନ୍ତି । ଶାହରୁଖ ପୂରା ପ୍ରମୋରେ ଗୋଟେ ଡାଏଲଗ କହିଛନ୍ତି , ଯାହା ବଡ ଜବରଦସ୍ତ ହୋଇଛି । ପ୍ରମୋରେ ଟ୍ରେଲରର ହିଁ ସିନ ରହିଛି ମାତ୍ର ଭିନ୍ନ ଅନ୍ଦାଜରେ ଦର୍ଶାଯାଇଛି ।

ଏହି ପ୍ରମୋକୁ ଶାହରୁଖ ନିଜ ଟ୍ୱିଟର ଅକାଉଂଟରେ ଶେୟାର କରି ଲେଖିଛନ୍ତି ‘ବଉଆ ସିଂ ଙ୍କ ଏହି ଝଲକ ଟିକେ ସମ୍ଭାଳି କି ଦେଖିବେ, କାରଣ ଦେଖୁଦେଖୁ କାଳେ ପ୍ରେମ ହୋଇଯାଇପାରେ’ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ କ୍ୟାଟରୀନା କୈଫ ଏବଂ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ । ୧୨ଘଂଟା ପୂର୍ବରୁ ଶେୟାର ହୋଇଥିବା ଏହି ପ୍ରମୋକୁ ୧୪ଲକ୍ଷ ଭ୍ୟୁ ମିଳିସାରିଲାଣି । ଏହି ଫିଲ୍ମ ୨୧ଡିସେମ୍ବରରେ ପରଦାରେ ରିଲିଜ ହେବାକୁ ଯାଉଛି ଏବଂ ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମର ଗୀତ ୨୩ନଭେମ୍ବରରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More