Only for Entertainment

‘ଧୁମ-୪’ ରେ ଖଳନାୟକ ଭୂମିକାରେ ନଜର ଆସିବେ ଶାହରୁଖ ଖାନ ! ଆସିଲା ଅଭିଷେକ ବଚ୍ଚନଙ୍କ ପ୍ରତିକ୍ରିୟା ।

DNA India
0 34

ଅଭିନେତା ଅଭିଷେକ ବଚ୍ଚନ ୨ ବର୍ଷ ପରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ମନମର୍ଜିୟାଁ’ ଜରିଆରେ ବଲିଉଡକୁ ଫେରିଛନ୍ତି । ଏହି ଫିଲ୍ମରେ ସେ ତାପସୀ ପନ୍ନୁ ଏବଂ ଭିକି କୌଶଲଙ୍କ ସହିତ ନଜର ଆସିବେ । ଫିଲ୍ମଟି ୧୪ ସେପ୍ଟେମ୍ବରରେ ରିଲିଜ ହେବ । ଏହା ବ୍ୟତିତ ସେ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସହିତ ଫିଲ୍ମ ‘ଗୁଲାବ ଜାମୁନ’ରେ ମଧ୍ୟ ନଜର ଆସିବେ । ତେବେ ଅଭିଷେକଙ୍କ ଅପକମିଂ ଫିଲ୍ମ ତାଲିକାରେ ୟଶ ରାଜ ଫିଲ୍ମର ସୁପରହିଟ ସିରିଜ ଧୁମର ଚତୁର୍ଥ ସଂସ୍କରଣ ମଧ୍ୟ ସାମିଲ ରହିଛି ।

ଅଭିଷେକ ଏହି ଆକ୍ସନ-ଥ୍ରୀଲର ଫିଲ୍ମର ସବୁ ପାର୍ଟରେ ନଜର ଆସିଛନ୍ତି । ଏବଂ ଆଶା କରାଯାଉଛି ଯେ ‘ଧୁମ-୪’ରେ ମଧ୍ୟ ନଜର ଆସିବେ । ଏହା ସହିତ ଆପଣ ଦେଖିଥିବେ ଧୁମ ପ୍ରତ୍ୟେକ ପାର୍ଟରେ ନୂଆ ନୂଆ ଭିଲେନକୁ ଦେଖିବାକୁ ମିଳିଥାଏ । ଦେଖିବାକୁ ଗଲେ ଭିଲେନ ହିଁ ଫିଲ୍ମର ଅସଲି ହିରୋ । ଶୁଣିବାକୁ ମିଳୁଛି ଯେ ‘ଧୁମ-୪’ରେ ଶାହରୁଖ ଖାନ ଭିଲେନ ରୋଲରେ ନଜର ଆସିବେ । କିନ୍ତୁ ଏହା କ’ଣ ସତ ?

ତେବେ ଅଭିଷେକ ବଚ୍ଚନଙ୍କୁ ଏହି ବିଷୟରେ ପଚରା ଯିବାରୁ ସେ କହିଥିଲେ, ଯେଉଁ ପର୍ଯ୍ୟନ୍ତ ଆଦିତ୍ୟ ମୋତେ ଏହି ବିଷୟରେ ନ କହିଛନ୍ତି ସେ ପର୍ଯ୍ୟନ୍ତ ମୁଁ କୌଣସି ଗୁଜବକୁ ବିଶ୍ୱାସ କରିବି ନାହିଁ । ତେବେ ଦେଖାଯାଉ ଏହି ଖବରରେ କେକେ ସତ୍ୟତା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More