Only for Entertainment

ଅମିତାଭଙ୍କ ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ ଶାହରୁଖ ଖାନ

DNA India
0 32

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ବଦଲା’କୁ ପ୍ରଡ୍ୟୁସ କରିବାର ନିର୍ଣ୍ଣୟ ନେଇଛନ୍ତି । ଅମିତାଭ ଏବଂ ଶାହରୁଖ ଏକା ସହିତ ଅନେକ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଅନେକ ବର୍ଷରୁ ଦୁହିଁଙ୍କୁ ଗୋଟିଏ ବି ଫିଲ୍ମରେ ଦେଖିବାକୁ ମିଳିନାହିଁ ।

ଖବର ଅନୁସାରେ ଶାହରୁଖ ଖାନଙ୍କ କମ୍ପାନୀ ରେଡ ଚିଲି ଏଣ୍ଟରଟେନମେଣ୍ଟ ଅକୃର ଏଣ୍ଟରଟେନମେଣ୍ଟ ସହିତ ମିଶି ଫିଲ୍ମ ‘ବଦଲା’କୁ ପ୍ରଡ୍ୟୁସ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ଏହି ଫିଲ୍ମରେ ମହାନାୟକ ଅମିତାଭ ବଚ୍ଚନ ଲିଡ ରୋଲରେ ନଜର ଆସିବେ । ଫିଲ୍ମର ସୁଟିଂ ତାପସୀ ପନ୍ନୁଙ୍କ ସହିତ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆରମ୍ଭ ହୋଇସାରିଛି । ଅମିତାଭ ଖୁବ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବେ ।

srk

ଫିଲ୍ମକୁ ‘କାହାଣୀ’ ଫିଲ୍ମର ନିର୍ଦ୍ଦେଶକ ସୁଜାୟ ଘୋଷ ନିର୍ଦ୍ଦେଶନା ଦେବେ । ପ୍ରତିଶୋଧର କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ଆରମ୍ଭ କରିବା ପାଇଁ ୧୦ ବର୍ଷ ସମୟ ଲାଗିଛି । ଫିଲ୍ମରେ ୩ ଜଣଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ତାପସୀ ଏବଂ ଅମିତାଭଙ୍କ ବ୍ୟତିତ ଫିଲ୍ମରେ ନସିରୁଦ୍ଧିନ ଶାହ ନଜର ଆସିପାରନ୍ତି ।

‘ବଦଲା’ ଦୁଇ ବ୍ୟକ୍ତିଙ୍କ କାହାଣୀ ଉପରେ ଆଧାରିତ । ଦୁହେଁ ପ୍ରତିଶୋଧର ପ୍ରତିଜ୍ଞା ନେଇ ବଡ ହୋଇଥାନ୍ତି । କିନ୍ତୁ ଯେତେବେଳେ ପ୍ରତିଶୋଧ ନେବା ପାଇଁ ସମୟ ଆସେ ତେବେ ଦୁହିଁଙ୍କ ପାଇଁ ପ୍ରତିଶୋଧର ପରିଭାଷା ବଦଳିଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More