Only for Entertainment

ଶାହରୁଖ ଖାନ ଏସିଡ ଆହତ ପୀଡିତାଙ୍କର ବିବାହ କରି କଲେ ମହାନ କାମ, ଶେୟାର କଲେ ଖାସ ଫଟୋ !

26

ବଲିଉଡ କିଙ୍ଗଖାନ ନିଜ ଅସଲରେ ଜୀବନରେ ଏକ ମହାନ କାମ କରିଛନ୍ତି । ସେମିତି ବି ସେ ଏଭଳି କିଛି ଭଲ କାମ କରି ଚର୍ଚ୍ଚାରେ ସବୁବେଳେ ରହିଥାଆନ୍ତି । ସେ ଏସିଡ ଆହତ ପୀଡିତାଙ୍କ ପାଇଁ ଏକ ଫାଉଣ୍ଡେସନ ଚଳାଉଛନ୍ତି । ନା କେବଳ ସେମାନଙ୍କ ଚିକିତ୍ସା କରାଉଛନ୍ତି ବରଂ ସେମାନେ କିଭଳି ସାଧାରଣ ଜୀବନ ଯାପନ କରିବେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ କରିବା ସହ ତାଲିମ ମଧ୍ୟ ଦେଉଛନ୍ତି ।

ନିକଟରେ ଶାହରୁଖ ଏହି ଫାଉଣ୍ଡେସନରେ ଆସିଥିବା ଏକ ପୀଡିତାଙ୍କ ବିବାହ କରାଇଛନ୍ତି । ଶାହରୁକ ଏହି ବିବାହର ଫଟୋ ଶେୟାର କରି ଖୁବ ଶୁଭକାମନା ଜଣାଇଛନ୍ତି ।

କିଙ୍ଗଖାନ ମୀର ଫାଉଣ୍ଡେସନର ଏକ ଟ୍ୱିଟକୁ ରିଟ୍ୱିଟ କରି ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ଅନୁପମାଙ୍କୁ ମୋର ଅନେକ ଅନେକ ଭଲ ପାଇବା । ଆପଣଙ୍କ ଜୀବନର ନୂଆ ଆରମ୍ଭ ଆପଣଙ୍କ ଜୀବନରେ ଖୁସି ଏବଂ ଆଲୋକ ଭରି ଦେଉ ।

ଶାହରୁଖ ଖାନଙ୍କ ଏହି ପୋଷ୍ଟରେ ଫ୍ୟାନ୍ସମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯେଉଁଥିରେ ଫ୍ୟାନ୍ସ ଶାହରୁଖ ଖାନଙ୍କୁ ଲଗାତାର ତାଙ୍କ ଫାଉଣ୍ଡେସନ ପାଇଁ ଶୁଭକାମନା ଜଣାଉଛନ୍ତି, ଯାହା ଜରିଆରେ ସେ ପୀଡିତାଙ୍କୁ ସାହାଯ୍ୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More