ବଲିଉଡ ଅଭିନେତା ସାହିଦ କପୁରଙ୍କ ଘରକୁ ୫ ସେପ୍ଟେମ୍ବରରେ ଏକ ନୂଆ ସଦସ୍ୟ ଆସିଛନ୍ତି । ସାହିଦ ନିଟକରେ ଟ୍ୱିଟ କରି ପୁଅର ନାମକୁ ଘୋଷଣା କରିଥିଲେ । ତେବେ ସାହିଦ ଏବଂ ମିରାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପ୍ରଥମ ଥର ପାଇଁ ସାହିଦଙ୍କ ପୁଅ ଜେନଙ୍କୁ ଦେଖିବାକୁ ମିଳିଛି ।
୭ ସେପ୍ଟେମ୍ବର ସଂଧ୍ୟାରେ ମିରାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ପୁଅ ଜେନଙ୍କୁ ନେବା ପାଇଁ ସାହିଦ ଏବଂ ଭଉଣୀ ମିଶା ହସ୍ପିଟାଲରେ ପହଁଚିଥିଲେ । ହସ୍ପିଟାଲ ବାହାରେ ସାହିଦ ପୁରା ପରିବାର ସହିତ ମିଡିଆକୁ ପୋଜ ଦେଇଥିଲେ । ମିରା ପୁଅ ଜେନଙ୍କୁ ଧକିଥିବା ବେଳେ ସାହିଦ ଝିଅ ମିଶାଙ୍କୁ ଧରିଥିଲେ । ପୁରା ପରିବାର ଖୁବ ଖୁସିଥିବା ଦେଖିବାକୁ ମିଳିଥିଲା ।