ଶକ୍ତି କପୂର: ସତ୍ତେ ପେ ସତ୍ତା ରିମେକରେ ସିଦ୍ଧାନ୍ତ କପୂର ଏକଦମ ଫିଟ !
ବଲିଉଡର ସୁପରହିଟ୍ ଫିଲ୍ମ ‘ସତ୍ତେ ପେ ସତ୍ତା’ ନିକଟରେ ଖୁବ ଚର୍ଚ୍ଚାରେ ରହିଛି । ଖବର ଅନୁସାରେ ‘ସତ୍ତେ ପେ ସତ୍ତା’ର ରିମେକ ତିଆରି ହେବାକୁ ଯାଉଛି । ଶକ୍ତି କପୁର ଏହି ଫିଲ୍ମକୁ ନେଇ ଏକ ବୟାନ ଦେଇଛନ୍ତି । ଶକ୍ତି କପୁର କହିଛନ୍ତି ଯେ, ତାଙ୍କ ପୁଅ ସିଦ୍ଧାନ୍ତ କପୁର ମଙ୍ଗଲ ଆନନ୍ଦର ଚରିତ୍ରରେ ନଜର ଆସିବେ । ତାଙ୍କ କହିବା ଅନୁସାରେ ପୁଅ ସିଦ୍ଧାନ୍ତ କପୁର ଏହି ଚରିତ୍ର ପାଇଁ ବିଲକୁଲ ଯୋଗ୍ୟ ଅଟନ୍ତି ।
‘ସତ୍ତେ ପେ ସତ୍ତା’ର ରିମେକରେ ଅମିତାଭ ବଚ୍ଚନଙ୍କ ଚରିତ୍ର ପାଇଁ ହ୍ରିତିକ ରୋଶନ ନାଁ ଶୁଣିବାକୁ ମିଳୁଥିବା ବେଳେ, ଶକ୍ତି କପୁର ଇଚ୍ଛା ପ୍ରକାଶ କରିଛନ୍ତି ଯେ ମଙ୍ଗଲ ଚରିତ୍ରରେ ତାଙ୍କ ପୁଅ ସିଦ୍ଧାନ୍ତ କାପୁର ଅଭିନୟ କରନ୍ତୁା ଶକ୍ତିଙ୍କ କହିବା ଅନୁଯାୟୀ ,ସେ ନିଜ ପୁଅକୁ ଫିଲ୍ମର ରିମେକରେ ନିଜ ଚରିତ୍ରରେ ଦେଖିବାକୁ ଚାହାଁନ୍ତି । କିନ୍ତୁ ଫିଲ୍ମ ସମ୍ପର୍କିତ ସେ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ନୁହଁନ୍ତି ଏହି ଭୂମିକାରେ ତାଙ୍କ ପୁଅକୁ ଫରାହ ଓ ରୋହିତ ପସନ୍ଦ କରିବେ କି ନାହିଁ ।
ଫରାହଙ୍କ ସହ ସମ୍ପର୍କରେ ଅଛନ୍ତି ମାତ୍ର ଫିଲ୍ମକୁ ନେଇ ସେ କୌଣସି କଥାବାର୍ତ୍ତା କରି ନାହାନ୍ତି ବୋଲି ଶକ୍ତି କପୂର କହିଛନ୍ତି । ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ ଫରାହ ତାଙ୍କର ଜଣେ ଭଲ ବନ୍ଧୁ ଏବଂ ସିଦ୍ଧାନ୍ତଙ୍କୁ ମଧ୍ୟ ବହୁତ ଭଲରେ ଜାଣନ୍ତି । ଯଦି ତାଙ୍କୁ ଲାଗେ ଯେ ଏହି ରୋଲ୍ ପାଇଁ ସିଦ୍ଧାନ୍ତ ଯୋଗ୍ୟ ଅଟନ୍ତି ସେ ତାଙ୍କୁ ନିହାତି ଡାକିବେ । ଜଣେ ନିର୍ଦ୍ଦେଶକ ଅନୁସାରେ ତାଙ୍କର ଏହା ଦାୟିତ୍ୱ । ଏହାସହ ସେ ଜଣେ ବହୁତ ଭଲ ଲେଖକ । ଏବେ କେବଳ ଦେଖିବାକୁ ବାକି ରହିଲା ଯେ ଫରାହ ତାଙ୍କ ଫିଲ୍ମରେ ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କୁ ନେଉଛନ୍ତି କି ନାହିଁ ।