Only for Entertainment

ଅକ୍ଷୟଙ୍କ ଖୁଲାସା ଆଗାମୀ ଫିଲ୍ମ ପାଇଁ ଏହିଭଳି କରୁଛି ଓଜନ ହ୍ରାସ !

62

ଯେତେବେଳେ ବଲିଉଡରେ ଫିଟ୍ ଅଭିନେତାଙ୍କ ନାମ ଆସେ, ତ ସେତବେଳେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ନାଁ ପ୍ରଥମରେ ଥାଏ । ଅକ୍ଷୟଙ୍କ ବୟସ ଏବେ ୫୧ ପାର ହୋଇ ଗଲାଣି । କିନ୍ତୁ ଏହି ବୟସରେ ମଧ୍ୟ ଅକ୍ଷୟ ଯୁବକଙ୍କ ଭଳି ଲୁକ୍ ଓ ଫିଟ୍ ବଡି ମେଣ୍ଟେନ୍‍ କରୁଛନ୍ତି । ନିକଟରେ ଅକ୍ଷୟ ଏକ ଫିଲ୍ମ ପାଇଁ ନିଜ ଓଜନ ୬ କେଜି କମାଇଛନ୍ତି, ତାହା ପୁଣି ବିନା କୌଣସି ଡାଇଟିଂରେ । ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ‘ବଚ୍ଚନ ପାଣ୍ଡେ’ର ପୋଷ୍ଟରରେ ଏହା ସ୍ପଷ୍ଟ ଜଣାପଡିଯାଉଛି ।

ଅକ୍ଷୟଙ୍କ କହିବା ଅନୁଯାୟୀ ସେ ତାଙ୍କର ଆଗାମୀ ଫିଲ୍ମ ପାଇଁ ୫ରୁ୬ କେଜି ଓଜନ କମ କରିଛନ୍ତି । ତାଙ୍କୁ ପଚରା ଯାଇଥିଲା କି, ଏଥିପାଇଁ ସେ କି ଡାଏଟ୍ ପ୍ଲାନ ଫଲୋ କରିଥିଲେ । ଏହାର ଉତ୍ତରରେ ଅକ୍ଷୟ କହିଥିଲେ କି, ‘ ମୁଁ ଏଥିପାଇଁ କୌଣସି ଡାଏଟ ପ୍ଲାନ ଫଲୋ କରିନାହିଁ । ମୁଁ ମୋ ଓଜନ ପ୍ରାକୃତିକ ଉପାୟରେ କମାଇଛି । ମୁଁ ଏଥିପାଇଁ କେବଳ ନିଜର ବ୍ୟାୟାମ ବଢାଇଛି । ଆଗ ଅପେକ୍ଷା ମୁଁ ଏବେ ଅଧିକ ବ୍ୟାୟାମ କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ସବୁକିଛି ପ୍ରାକୃତିକ ଉପାୟରେ କରେ । ଆପଣ ଯଦି ଭାବୁଥିବେ ଓଜନ କମାଇବା ପାଇଁ କମ୍ ଖାଦ୍ୟ ଖାଉଛି, ତେବେ ଏହା ସମ୍ପୂର୍ଣ୍ଣ ରୂପେ ଭୁଲ । ମୁଁ ଏବେ ବି ପରଠା ଖାଉଛି । ଅକ୍ଷୟ ଏବେ ନିଜ ଫିଲ୍ମ ‘ମିଶନ ମଙ୍ଗଲ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହା ସହିତ ସେ ‘ସୂୂର୍ଯ୍ୟବଂଶୀ’ ଓ ‘ବଚ୍ଚନ ପାଣ୍ଡେ’ର ମଧ୍ୟ ସୁଟିଂ କରୁଛନ୍ତି । ଏହା ବ୍ୟତିତ ତାଙ୍କ ହାତରେ ରହିଛି ‘ହାଉସ ଫୁଲ-୪’ ‘ଲକ୍ଷ୍ମୀ ବମ’ ଓ  ‘ଗୁଡନ୍ୟୁଜ’ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More