Only for Entertainment

ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଚାଂଚଲ୍ୟକର ବୟାନ ଦେଲେ କେରଳ ଡିଜିପି । ମୃତ୍ୟୁ ନୁହେଁ ହତ୍ୟା…………. ।

110

ବଲିଉଡର ପ୍ରସିଦ୍ଧ ସ୍ୱର୍ଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ଯେଉଁଭଳି ହୋଇଥିଲା ସାରା ଦେଶରେ ଚାଂଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଭିନେତ୍ରୀଙ୍କ ମୃତ୍ୟୁର ୧ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ମନରେ କିଛି ନା କିଛି ପ୍ରଶ୍ନ ରହିଯାଇଛି । ଏବେ ଏହି ଘଟଣାକୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି କେରଳ ଡିଜିପି ।

ଫେବୃଆରୀ ୨୪,୨୦୧୮ରେ ବାଥ୍‌ଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଦୁବାଇକୁ ସେ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ଅଧିକ ମଦ ପିଇ ଦେଇଥିଲେ । ଯାହା ଫଳରେ ସେ ଅଜାଣତରେ ବାଥ୍‌ଟବରେ ପଡ଼ିଯିବା ସହ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏବେ ବର୍ଷକ ପରେ କେରଳର ଡିଜିପି ରିଶିରାଜ ସିଂହଙ୍କ ବୟାନ ମାମଲାକୁ ଏକ ନୂଆ ମୋଡ଼ ଦେଇଛି । କେରଳର ଏକ ଖବରକାଗଜକୁ ସାକ୍ଷାତକାର ଦେଇ ସେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

sridevi-909

ତାଙ୍କ ଅନୁଯାୟୀ, ମୋର ବନ୍ଧୁ ତଥା ଦିବଂଗତ ଫରେନ୍ସିକ ଏକ୍ସପର୍ଟ ଡାକ୍ତର ଉମାଦଥନ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶବ ବ୍ୟବଚ୍ଛେଦ କରିଥିଲେ । ସେ ସମୟରେ ମୁଁ ତାଙ୍କୁ କାରଣ ଜାଣିବା ପାଇଁ ଏହା ହତ୍ୟା ନା ଦୁର୍ଘଟଣା ବୋଲି ପଚାରିଥିଲି । ତାଙ୍କ ଅନୁଯାୟୀ ଏହା ହତ୍ୟା ହୋଇପାରେ । କାରଣ ଦୁର୍ଘଟଣାର କୌଣସି ସଙ୍କେତ ଜଣା ପଡ଼ୁନାହିଁ ବୋଲି କହିଥିଲେ ।

ଏଭଳି ଦାବି କରିବା ସହ ସେ ମୋତେ ଦାବି ପଛର କାରଣ ମଧ୍ୟ ଜଣାଇଥିଲେ । ଯେତେ ମଦ ପିଇଥିଲେ ମଧ୍ୟ ଗୋଟେ ଫୁଟ ଗଭୀର ଜଳରେ କେହି ବୁଡ଼ି ମୃତ୍ୟୁବରଣ କରି ପାରିବ ନାହିଁ । ଯଦି କେହି ତାଙ୍କର ଦୁଇ ଗୋଡ଼ ଧରି ମୁହଁକୁ ବାଥ୍‌ଟବରେ ବୁଡ଼ାଇ ଥିବ, ତେବେ ଯାଇ ଜଣେ ମୃତ୍ୟୁବରଣ କରି ପାରିବ ବୋଲି ସେ ମୋତେ ଜଣାଇଥିଲେ । କିନ୍ତୁ ଆଜି ସେ ଏହାକୁ କହିବା ପାଇଁ ଦୁନିଆରେ ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More