Only for Entertainment

ସୁଟିଂ ସେଟରେ ଆହତ ହେଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା !

indiatvnews
21

ନିଜ ଆଗାମୀ ଫିଲ୍ମ ‘ମରଜାୱଁ’ର ସେଟରେ ଆହତ ହୋଇଛନ୍ତି ସିଦ୍ଧାର୍ଥ । ମିଲାପ ଜାଭରୀଙ୍କ ଏହି ଅପକମିଂ ସିନେମାରେ ରିତେଶ ଦେଶମୁଖ ଓ ତାରା ସତରିଆଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି । ଫିଲ୍ମରେ ସିଦ୍ଧାର୍ଥଙ୍କ ଅପୋଜିଟରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ରକୁଲପ୍ରୀତ । ଏବେ ଏହି ସିନେମାର ସୁଟିଂରେ ଅଛନ୍ତି ବ୍ୟସ୍ତ ।

ଫିଲ୍ମର ଏକ ଆକ୍ସନ୍ ସିନ୍ ସୁଟିଂ କରିବାବେଳେ ଆହତ ହୋଇ ପଡିଛନ୍ତି ସିଦ୍ଧାର୍ଥ । ମେକର୍ ସିଦ୍ଧାର୍ଥଙ୍କୁ କହିଥିଲେ ବଡି ଡବଲ୍ ୟୁଜ୍ କରିବା ପାଇଁ । ହେଲେ ସେ ନିଜେ ହିଁ ଷ୍ଟଂଟ୍ କରିବାକୁ ଇଚ୍ଛା କରିଥିଲେ । ଏହି ସିନରେ ଦେହରେ ନିଆଁ ଲଗାଇ ଲଙ୍ଗ ଜମ୍ପ ମାରିବାର ଥିଲା । ଆଉ ଏହି ସିନ୍ କରିବା ସମୟରେ ଆହତ ହୋଇ ପଡିଛନ୍ତି ସିଦ୍ଧାର୍ଥ । ଯାହକୁ ନେଇ ଫିଲ୍ମର ସୁଟିଂ ସ୍ଥଗିତ ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More