Only for Entertainment

ସିଦ୍ଧୁଙ୍କୁ ସମର୍ଥନ କରି ଟ୍ରୋଲ ହେଲେ ଅଭିନେତ୍ରୀ ।

aajtak
55

ସାରା ଦେଶରେ ପୁଲୱାମା ଆକ୍ରମଣକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ନବଜୋତ ସିଂଙ୍କ ବିବାଦୀୟ ବୟାନ ଚର୍ଚ୍ଚାକୁ ଆସିଥିଲା, ଯାହାପରେ ତାଙ୍କୁ କପିଲ ଶର୍ମା ଶୋ’ରୁ ବାହାର କରିଦିଆଯାଇଛି ।ଏବେ ସିଦ୍ଧୁଙ୍କୁ ସମର୍ଥନ କରି ଫସିଛନ୍ତି ଟେଲି ଅଭିନେତ୍ରୀ ତଥା ବିଗ୍‌ ବସ୍‌-୧୧ର ବିଜେତା ଶିଳ୍ପା ସିନ୍ଦେ । ସିଦ୍ଧୁ ଯାହା କହିଥିଲେ ତାହା ସମ୍ପୁର୍ଣ୍ଣ ଠିକ୍‌ ବୋଲି ଶିଳ୍ପା କହିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ସହ ଦୁଷ୍କର୍ମର ଧମକ ଦେଇଥିବା ଜଣା ପଡ଼ିଛି ।

ଏକ ସାକ୍ଷାତକାରରେ ଏଭଳି ଧମକ ଉପରେ ନିଜର ପ୍ରତିକ୍ରିୟା ରଖି, ‘ମୁଁ ଏବେ ଏ ନେଇ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି । ଏବେ ବହୁତ ହୋଇଗଲା । ବର୍‌ଖା ଦତ୍ତଙ୍କ ଭଳି ସାମ୍ବାଦିକାଙ୍କୁ ମଧ୍ୟ ଏମାନେ ଛାଡୁନାହାନ୍ତି । କେହି କିଛି ଏ ନେଇ କରୁ ନ ଥିବାରୁ ଏମାନଙ୍କ ମୁହଁ ବଢ଼ି ଚାଲିଛି । ଯାହା ଇଚ୍ଛା ତାହା କହିବା ସହ ମନ ଇଚ୍ଛା ଧମକ ଦେଇ ଚାଲିଛନ୍ତି । ସିଦ୍ଧୁ କ’ଣ ଭୁଲ କହିଲେ ଯେ, ତାଙ୍କୁ ବିରୋଧ କରାଯାଉଛି । ସେ କେତେବେଳେ ଆତଙ୍କବାଦକୁ ସମର୍ଥନ କଲେ? ସେ କେବଳ ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ ବୋଲି କହିଥିଲେ । ମୋ ହିସାବରେ ସେ କିଛି ଭୁଲ କହି ନାହାନ୍ତି’ ବୋଲି କହିଥିଲେ ଶିଳ୍ପା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More