ଅଭିନୟରେ ଡେବ୍ୟୁ କରିବେ ବଲିଉଡ ସିଙ୍ଗର ବାଦଶାହ ।
ଗାୟକ ଭାବରେ ଯଥେଷ୍ଟ ଲୋକପ୍ରିୟତା ହାସଲ କରିବା ପରେ ଏହି ବଲିଉଡ ସିଙ୍ଗର ର୍ୟାପର ବାଦଶାହ ଡେବ୍ୟୁଟାଂଟ ଡାଇରେକ୍ଟର ଶିଳ୍ପୀ ଦାଶଗୁପ୍ତାଙ୍କ ଅପକମିଂ ଫିଲ୍ମରେ ଅଭିନୟରେ ଡେବ୍ୟୁ କରିବେ, ତାଙ୍କ ବିପକ୍ଷରେ ନଜର ଆସିବେ ବଲିଉଡ ସୁନ୍ଦରୀ ସୋନାକ୍ଷୀ ସିହ୍ନା । ଫିଲ୍ମର ପ୍ରଯୋଜକ ହେଉଛନ୍ତି ଭୂଷଣ କୁମାର,ମହାବୀର ଜୈନ ଏବଂ ମ୍ରିଘଦୀପ ସିହ୍ନା ଲାମ୍ବା ଏବଂ ଏହାର ଲେଖବ ହେଉଛନ୍ତି ଗୌତମ ମେହରା । ତେବେ ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ । ୨୫ ଜାନୁୟାରୀରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଛି ।
ଫିଲ୍ମର କାହାଣୀ ପ୍ରାୟତଃ ତାଙ୍କ ଜୀବନୀ ସହିତ ମିଶୁଛି । ତଥାପି ଖୁବ ନର୍ଭସ ଅଛନ୍ତି ବାଦଶାହ । ଫିଲ୍ମରେ ସୋନାକ୍ଷୀଙ୍କ ସମେତ ଅନୁ କପୁର,କୂଳଭୂଷଣ ଖରବଣ୍ଡା ଏବଂ ନଦିରା ବବର ମଧ୍ୟ ନଜର ଆସିବେ ।