Only for Entertainment

ଚିଠି ଲେଖି କ୍ଷମା ମାଗିଲେ ମିକା, କହିଲେ ବ୍ୟାନ ଲଗାନ୍ତୁ ନାହିଁ, ମୋ କଥା………

191

ବଲିଉଡ ଗାୟକ ମିକା ସିଂ ପାକିସ୍ତାନରେ ଏକ ବିବାହ ସମୟରେ ପର୍ଫମାନ୍ସ ଦେବା ପରେ ସମାଲୋଚକଙ୍କ ସାମ୍ନା କରିବାକୁ ବାଧ୍ୟ ହୋଇଛନ୍ତି । ତାଙ୍କୁ ନେଇ ସୋସିଆଲ ମିଡିଆରେ ଯଥେଷ୍ଟ ଚର୍ଚ୍ଚା ଚାଲିଛି । ମିକା ସିଂଙ୍କ ଉପରେ ଅଲ ଇଣ୍ଡିଆ ସିନେ ୱର୍କର୍ସ ଏସୋସିଏସନ ଏବଂ ଏଫଡବ୍ଲ୍ୟୁଆଇସିଇ ମିକା ସିଂଙ୍କ ଉପରେ ବ୍ୟାନ ଲଗାଇଥିଲେ । ଏବେ ଏହି ଘଟଣାକୁ ନେଇ କ୍ଷମା ମାଗିଛନ୍ତି ମିକା ସିଂ । ଏଥିପାଇଁ ମିକା ଏକ ଚିଠି ଲେଖିଛନ୍ତି ।

ମିକା ସିଂ ଚିଠିରେ ଲେଖିଛନ୍ତିଯେ, ଘଟଣାରେ କୌଣସି ନିଷ୍ପତ୍ତି ଦେବା ପୂର୍ବରୁ ଥରେ ମୋ କଥା ମଧ୍ୟ ଶୁଣନ୍ତୁ । ସେ ଏକ ଭିଡ଼ିଓ କ୍ଲିପ ମଧ୍ୟ ପଠାଇଛନ୍ତି । ତେବେ ଏହି ବିଷୟରେ ଚର୍ଚ୍ଚା ପାଇଁ ଫିଲ୍ମ ବୋର୍ଡ଼ ମିକାଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଖବର ଅନୁସାରେ ଭିଡ଼ିଓରେ ମିକା କହିଛନ୍ତିଯେ ଯଦି ମୁଁ କିଛି ଭୁଲ କରିଛି ତେବେ ରାଷ୍ଟ୍ରକୁ କ୍ଷମା ମାଗିବା ପାଇଁ ମୁଁ ପ୍ରସ୍ତୁତ । କିନ୍ତୁ ଯେପର୍ଯ୍ୟନ୍ତ ଆପଣ ମୋର କୌଣସି କଥା ଶୁଣିନାହାଁନ୍ତି ଦୟାକରି କୌଣସି ପ୍ରତିବନ୍ଧକ ଲଗାନ୍ତୁ ନାହିଁ । ତେବେ ମିକା ଆସନ୍ତାକାଲି ସାକ୍ଷାତ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More