Only for Entertainment

ସୋସିଆଲ ମିଡିଆରେ ଝଡ ସୃଷ୍ଟି କଲା ଅଦନାନ ସାମୀଙ୍କ ଟ୍ୱିଟ, ଭାରତ-ପାକିସ୍ତାନକୁ ନେଇ କହିଥିଲେ ଏହି କଥା

google
107

ବଲିଉଡ ସିଙ୍ଗର ଅଦନାନ ସାମୀଙ୍କ ଗୋଟିଏ ଟ୍ୱିଟ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ଅଦନାନା ସାମୀ ଟ୍ୱିଟରେ ଭାରତ ଏବଂ ପାକିସ୍ତାନକୁ ନେଇ କିଛି ମନ୍ତବ୍ୟ ଦେଇଥଲେ । ଏହାକୁ ନେଇ ଲୋକେ ତାଙ୍କ ଉପରେ ବର୍ଷିଛନ୍ତି ।

ନିକଟରେ ଅଦନାନ ସାମୀ ଟ୍ୱିଟ କରି ଲେଖଥିଲେ, ‘ଭାରତରେ ଯେପରି ବିଫ ଖୋଲାଖୋଲି ଭାବେ ମିଳୁଛି ସେହିଭଳି ଇସଲାମିକ ଦେଶ ପାକିସ୍ତାନରେ ମଦ ଖୋଲାଖୋଲି ଭାବେ ମିଳୁଛି ।’ ଅଦନାନଙ୍କ ଟ୍ୱିଟ ପରେ ଏହାକୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି ।

କହିରଖୁଛୁ ଯେ, ସିଙ୍ଗର ଅଦନାନ ସାମୀ ୨୦୧୬ରେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ । ସେବେଠାରୁ ସେ ଭାରତରେ ରହୁଛନ୍ତି । ଏହା ପୂର୍ବରୁ ସେ ପାକିସ୍ତାନର ନାଗରିକ ଥିଲେ । ଅଦନାନ ସାମୀଙ୍କ ଜନ୍ମ ୧୫ ଅଗଷ୍ଟ ବ୍ରିଟେନରେ ହୋଇଥିଲା । ଅଦନାନ ନିଜର ସୁନ୍ଦର ଭଏସ ପାଇଁ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More