Only for Entertainment

ରିଲିଜ ହେଲା ଫିଲ୍ମ ‘ସାହୋ’ର ରକିଂ ଟ୍ରାକ ‘ବ୍ୟାଡ ବୟ’, ଦେଖିବାକୁ ମିଳିଲା ପ୍ରଭାସ-ଜ୍ୟାକଲିନଙ୍କ ଜବରଦସ୍ତ କେମେଷ୍ଟ୍ରୀ

YouTube
114

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ସାହୋ’ର ନୂଆ ଗୀତ ‘ବ୍ୟାଡ ବୟ’କୁ ମେକର୍ସ କିଛି ସମୟ ପୂର୍ବରୁ ରିଲିଜ କରିଛନ୍ତି । ଗୀତରେ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁର ନୁହଁନ୍ତି ବରଂ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର ଏହି ରକିଂ ଟ୍ରାକରେ ପ୍ରଭାସ ଏବଂ ଜ୍ୟାକଲିନଙ୍କ ଜବରଦସ୍ତ ଅନ୍ଦାଜ ନଜର ଆସିଛି ।

ଗୀତରେ ର‌୍ୟାପର ବାଦଶାହ ଏବଂ ନୀତି ମୋହନଙ୍କ ଆରର୍ଷଣୀୟ ଗାୟିକି ଶୁଣିବାକୁ ମିଳିଛି । ବାଦଶାହ ଗୀତରେ ଭଏସ ଦେବା ସହିତ ଏହାର ମ୍ୟୁଜିକ ଏବଂ ଲିରିକ୍ସ ମଧ୍ୟ ଲେଖିଛନ୍ତି । ପୂର୍ବ ଗୀତ ପରି ଏହି ଗୀତଟି ମଧ୍ୟ ଶ୍ରୋତାଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ ଫିଲ୍ମର ଦୁଇଟି ଗୀତ ଏବଂ ଟ୍ରେଲରକୁ ମେକର୍ସ ରିଲିଜ କରିଛନ୍ତି ଏବଂ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରଭାସ ଏବଂ ଶ୍ରଦ୍ଧାଙ୍କୁ ଦର୍ଶକ ପରଦାରେ ଦେଖିବେ । ଦୁହିଁଙ୍କ ବ୍ୟତିତ ଫିଲ୍ମରେ ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ମନ୍ଦିରା ବେଦୀଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ହିନ୍ଦୀ, ତାମିଲ, ତେଲଗୁ ଏବଂ ମାଲୟଲମ ଭାଷାରେ ରିଲିଜ ହେବ । ଅଗଷ୍ଟ ୩୦ରେ ପରଦାକୁ ଆସିବ ଫିଲ୍ମ ସାହୋ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More