Only for Entertainment

ବାସ୍ତୁ ଅନୁସାରେ କେଉଁ ଦିଗ ଆଡକୁ ମୁହଁ କରି ଶୋଇବା ଅନୁଚିତ ।

todayshow
0 73

ଅନେକ ବିଶ୍ୱାସ ଏବଂ ଅବିଶ୍ୱାସକୁ ନେଇ ଭାରତୀୟ ପରମ୍ପରା ଗତିଶୀଳ। ଶୁଭ-ଅଶୁଭ ବେଳା-ଅବେଳା ଏମିତି ଅନେକ କଥାକୁ ନେଇ ଭାରତୀୟମାନେ ମାନିଆସୁଛନ୍ତି। ବାସ୍ତୁ, ବିଜ୍ଞାନ, ଲୌକିକ, ଅଲୌକିକ ଏବଂ ଜୋତିଷ ଶାସ୍ତ୍ରକୁ ନେଇ କେଉଁ ଆଦିମ କାଳରୁ ମଣିଷ ଅନେକ କଥାକୁ ମାନିଆସିବା ସହ ସମ୍ମାନ ଦେଇ ଆସୁଛି। ଏସବୁ ତତ୍ତ୍ୱ ମଧ୍ୟରେ ଗୋଟିଏ ବିଶ୍ୱାସ ରହିଛି ଦକ୍ଷିଣ ଓ ପୂର୍ବ ଦିଗକୁ ପାଦ ରଖି ଶୋଇବା ଅନୁଚିତ୍‌। ତେବେ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଅର୍ଥାତ ବୈଜ୍ଞାନିକଙ୍କ ମତରେ ଶୋଇବାର ଶୈଳୀ ମଧ୍ୟ ରହିଛି। ଏହି ଥିଉରୀ ଅନୁସାରେ ଯଦି ଆପଣ ଦକ୍ଷିଣ ଦିଗକୁ ପାଦ କରି ଶୋଉଛନ୍ତି,ତା’ହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ।

ଆପଣଙ୍କ ମାନସିକସ୍ଥିତି ବିଗିଡ଼ିଯିବ। ବିଜ୍ଞାନ ଅନୁସାରେ ପୃଥିବୀର ଦୁଇଟି ଯାକ ମେରୁ ଯଥା ଉତ୍ତର ଏବଂ ଦକ୍ଷିଣ ମେରୁ ଭିତରେ ଚୁମ୍ବକୀୟ ଶକ୍ତି ଅଛି । ଶାରିରୀକ ଗଠନ ଅନୁସାରେ ଆପଣଙ୍କ ମୁଣ୍ଡ ଉତ୍ତର ଦିଗରେ ଏବଂ ପାଦ ଦକ୍ଷିଣ ଦିଗରେ ରହିବା ଦ୍ୱାରା ଏହା ପ୍ରତିରୋଧକର କାମ କରେ । କାରଣ ବିପରୀତ ଦିଗ ପରସ୍ପରକୁ ଆକର୍ଷିତ କରନ୍ତି। ଆଉ ସମାନ ଦିଗ ପ୍ରତିରୋଧକ ଭଳି କାମ କରନ୍ତି । ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।

ବୈଜ୍ଞାନିକଙ୍କ ମତରେ ଦକ୍ଷିଣକୁ ପାଦ ରଖି ଶୋଉଥିବା ବ୍ୟକ୍ତିର ଶକ୍ତି ହ୍ରାସ ପାଇଥାଏ। ସକାଳୁ ଉଠିଲା ବେଳେ ଦୁର୍ବଳ ଲାଗେ। ଯଦି ଆପଣ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବେ ତେବେ ଆପଣ ଆରାମ ଅନୁଭବ କରିବେ। ସେହିପରି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ପାଇଁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ଏହାର ଅର୍ଥ ପାଦ ଉତ୍ତର ଦିଗକୁ ରହିବା ଦରକାର । ଶାସ୍ତ୍ର ଅନୁସାରେ ପୂର୍ବ ଦିଗ ହେଉଛି ଦେବତା ଓ ଅଲୌକିକ ଶକ୍ତିର ବାସ ସ୍ଥାନ । ସେଥିପାଇଁ ସେହି ଦିଗକୁ ପାଦ କରି ଶୋଇବା ଅନୁଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More